ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ (FATF) ଇରାନ ପାଇଁ ସମୟସୀମା ବୃଦ୍ଧି କରିଛି | ଇରାନ ଏହାର ଅର୍ଥହେରଫେର ଏବଂ ସନ୍ତ୍ରାସବାଦ ନିରୋଧୀ ଆର୍ଥିକ ନିୟମ ଗୁଡିକୁ ନିର୍ଦ୍ଧାରିତ କରିବା ପାଇଁ FATF ଏହାର ସମୟସୀମାକୁ 2019 ଜୁନ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି |
ପ୍ୟାରିସ ଭିତ୍ତିକ FATF ଗତବର୍ଷ ଅକ୍ଟୋବର ମାସରେ ଇରାନ୍କୁ ଏ ସଂକ୍ରାନ୍ତୀୟ କାର୍ଯ୍ୟାନୁଷ୍ଠାନ ଯୋଜନା ଫେବୃଆରୀ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସମୟସୀମା ନିର୍ଦ୍ଧାରଣ କରିଥିଲା |