ଗତ ରାତିରେ ଜାମ୍ମୁ ଡିଭିଜନର ରାଜୌରୀ ଓ ପୁଞ୍ଛ ଜିଲ୍ଲାରେ ସୀମା ପାରିରୁ ଗୁଳି ଚାଳନା ଘଟଣାର ଠିକଣା ଜବାବ ଦେଇ ଭାରତୀୟ ସେନା ବାହିନୀ ପାକିସ୍ତାନର ପାଞ୍ଚୋଟି ଆଗୁଆ ଘାଟି କୁ ଧ୍ଵଂସ କରିଦେଇଛି |
ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ପାକିସ୍ତାନୀ ସେନା ବାହିନୀ ଏହି ଦ୍ଵେତ ସୀମା ଜିଲ୍ଲାରେ 12 ରୁ 15 ଟି ସ୍ଥାନରେ ଆଖିବୁଜା ଗୁଳି ଚାଳନା କରିବା ସହ ପ୍ରବଳ ଗୁଳି ଗୋଳା ବର୍ଷଣ କରିଥିଲା |
ଗ୍ରାମବାସୀ ମାନଙ୍କୁ ମାନବୀୟ ଢାଲ ଭାବେ ବ୍ୟବହାର ସ୍ୱରୂପ ସେମାନେ ଜନବସତି ଅଞ୍ଚଳରୁ ମୋର୍ଟାର ଓ କ୍ଷେପଣାସ୍ତ୍ର ମାଡ କରିଥିବାର ଜଣାପଡିଛି | ମୁଖପାତ୍ର କହିଛନ୍ତି ଯେ ଭାରତୀୟ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି ଓ ଭାରତୀୟ ବାହିନୀର ଗୁଳି ମାଡରେ ପାକିସ୍ତାନ ବାହିନୀ ର ବହୁ ଜଣ ନିହତ ହୋଇଛନ୍ତି |
ତେବେ ଏହି ସଂଘର୍ଷ ରେ ପାଞ୍ଚ ଜଣ ଭାରତୀୟ ଯବାନ ଆହତ ହୋଇଥିବାର ଖବର ମିଳିଛି | ଏମାନଙ୍କ ମଧ୍ୟରୁ ଦୁଇଜଣ ଚିକିତ୍ସାଧୀନ ଅଛନ୍ତି ଓ ସେମାନଙ୍କ ଅବସ୍ଥା ସ୍ଥିର ରହିଛି |
ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ସୀମା ରୁ ପାଞ୍ଚ କିଲୋମିଟର ମଧ୍ୟରେ ଥିବା ସ୍କୁଲ ଗୁଡିକୁ ଆଜି ବନ୍ଦ ରଖାଯାଇଛି |