ଉଝେନ ଠାରେ ଆଜି ସକାଳେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ ଙ୍କ ସହ ଦ୍ଵିପକ୍ଷୀୟ ବୈଠକ ସମୟ ରେ ଜାମ୍ମୁ ଓ କାଶ୍ମୀର ରେ ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ବିଷୟ ଉତଥାପନ କରିଛନ୍ତି |
ରୁଷ, ଭାରତ, ଚୀନ (ଆରଆଇସି) ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ବେଳେ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟ ରେ ଶ୍ରୀମତୀ ସ୍ଵରାଜ କହିଥିଲେ ଯେ ସେ ଏପରି ଏକ ସମୟରେ ଚୀନ ଗସ୍ତ କରିଛନ୍ତି ଯେତେବେଳେ ଭାରତରେ ଶୋକର ଛାୟା ଖେଳିଯାଇଥିବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି |
ନିରାପତ୍ତା ବାହିନୀ ବିରୁଦ୍ଧରେ ଏହା ଏକ ଜଘନ୍ୟ ଆକ୍ରମଣ ବୋଲି ବ୍ୟାଖ୍ୟା କରି ଏହି ଆକ୍ରମଣ ଜେସ-ଇ-ମହମ୍ମଦ (JeM) ସନ୍ତ୍ରାସବାଦୀ ଗୋଷ୍ଠୀ କରିଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି | JeMକୁ ଜାତିସଂଘ ଓ ଅନ୍ୟାନ୍ୟ ଦେଶ ଗୁଡିକ ଦ୍ଵାରା ନିଷିଦ୍ଧ କରାଯାଇଛି ବୋଲି ମଧ୍ୟ ସେ କହିଛନ୍ତି |
ଶ୍ରୀମତୀ ସ୍ଵରାଜ ତାଙ୍କ ରୁଷ ପ୍ରତିପକ୍ଷ ସରଗେ ଲାଭରଭ ଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି | ଆରଆଇସି ବୈଦେଶିକମନ୍ତ୍ରୀ ସ୍ତରୀୟ ବୈଠକ ରେ ବାଲାକୋଟ JeM ସନ୍ତ୍ରାସବାଦୀ ଶିବିର ଉପରେ ଭାରତ ର ଆକାଶ ମାର୍ଗରୁ ଆକ୍ରମଣ , ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ଓ ଜାତିସଂଘ ଦ୍ଵାରା JeM ମୁଖ୍ୟ ମସୁଦ ଆଝାର କୁ ଏକ ଆନ୍ତର୍ଜାତୀୟ ସନ୍ତ୍ରାସବାଦୀ ଭାବେ ତାଲିକାଭୁକ୍ତ କରିବା ଆଦି ବିଷୟ ମୁଖ୍ୟ ଆଲୋଚ୍ୟ ବିଷୟ ହେବାର ଆଶା କରାଯାଉଛି |