କଂଗ୍ରେସ ନେତା ଟମ ଭଡାକାନ, ଟିଏମସି  ବିଧାୟକ ଅର୍ଜୁନ ସିଂ ବିଜେପି ରେ ଯୋଗ ଦେଲେ

କଂଗ୍ରେସ ବରିଷ୍ଠ ନେତା ଟମ ଭଡାକାନ ବିଜେପି ରେ ଯୋଗ ଦେଇଛନ୍ତି | ନୂଆଦିଲ୍ଲୀ ରେ ଗୁରୁବାର ଦିନ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବି ଶଙ୍କରଙ୍କ ଉପସ୍ଥିତି ରେ ଏହି ଦଳରେ ସେ ସାମିଲ ହୋଇଥିଲେ |

ସେହିପରି ତୃଣମୁଳ କଂଗ୍ରେସ ( ଟିଏମସି ) ବିଧାୟକ ଅର୍ଜୁନ ସିଂ  ମଧ୍ୟ ଗତକାଲି ବିଜେପି ରେ ଯୋଗ ଦେଇଛନ୍ତି | ନୂଆଦିଲ୍ଲୀ ରେ ପାର୍ଟି ର ମୁଖ୍ୟ କାର୍ଯ୍ୟଳୟରେ  ବିଜେପି ନେତା କୈଳାସ ବିଜୟବର୍ଗୀୟ ଓ ମୁକୁଲ ରାୟ ଙ୍କ ଉପସ୍ଥିତି ରେ ଏହି ଦଳ ରେ ସେ ସାମିଲ ହୋଇଥିଲେ |