କର୍ତ୍ତାପୁର କରିଡରକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଇବା ପାଇଁ ନୂଆଦିଲ୍ଲୀ ଏବଂ ଇସ୍ଲାମାବାଦ ସହମତ ହୋଇଛନ୍ତି  

କର୍ତ୍ତାପୁର କରିଡରକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଯଥାଶୀଘ୍ର କାମ ଆରମ୍ଭ କରିବାକୁ ନୂଆଦିଲ୍ଲୀ ଏବଂ ଇସ୍ଲାମାବାଦ ସହମତ ହୋଇଛନ୍ତି | ପାକିସ୍ତାନର କର୍ତ୍ତାପୁରରେ ଥିବା ପବିତ୍ର ପୀଠ ଗୁରୁଦ୍ଵାର ଦରବାର ସାହେବଙ୍କୁ ପରିଦର୍ଶନ କରିବା ପାଇଁ ଭାରତୀୟ ତୀର୍ଥ ଯାତ୍ରୀ ମାନଙ୍କୁ ଏହି କରିଡର ସୁଗମ କରାଇବ |

ଗୁରୁବାରଦିନ ପଞ୍ଜାବର ଆଟ୍ଟାରୀ ଠାରେ ଉଭୟ ଦେଶର ପ୍ରତିନିଧି ମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ ବୈଠକରେ ଉଭୟ ପକ୍ଷ ଏହି ସହମତିରେ ଉପନ୍ନୀତ ହୋଇଛନ୍ତି |

ଉଭୟ ଦେଶର ପ୍ରତିନିଧି ମାନଙ୍କ ମଧ୍ୟରେ ପରବର୍ତ୍ତୀ ବୈଠକ ଆସନ୍ତା ମାସ 2 ତାରିଖରେ ୱାଘାରେ ଅନୁଷ୍ଠିତ ହେବା ବିଷୟ ବୈଦେଶିକ  ମନ୍ତ୍ରଣାଳୟ ଦ୍ଵାରା ଜାରି ଏକ ଇସ୍ତହାରରେ କୁହାଯାଇଛି |