କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ

ଆଗାମୀ ଲୋକସଭା ପ୍ରସ୍ତୁତିର ଅଂଶସ୍ଵରୂପ ଗୁରୁବାରଦିନ ନୂଆଦିଲ୍ଲୀରେ  କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ସହ ନିର୍ବାଚନ କମିଶନ ବୈଠକ କରିଥିଲେ ।

ନିର୍ବାଚନ ସମୟରେ ସେମାନଙ୍କ ଭୂମିକା ଓ ଦାୟିତ୍ଵ ବିଷୟରେ ସେମାନଙ୍କୁ ଅବଗତ  କରାଇବା ପାଇଁ ଏହି ବୈଠକ କରଯାଇଥିଲା । ଚଳିତ ମାସ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ହେଉଛି ନିର୍ବାଚନ କମିଶନ ଙ୍କ ପ୍ରଥମ ବୈଠକ |

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କୁ ରାଜସ୍ୱ ସେବା, ଭାରତୀୟ ପ୍ରଶାସନିକ ସେବା ଓ ଭାରତୀୟ ପୋଲିସ ସେବା ତଥା ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ରୁ ନିଯୁକ୍ତ କରାଯାଇଛି | ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେମାନେ ନିର୍ବାଚନ ଦାୟିତ୍ଵ ନିଭାଇବେ |