ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନରେ ଲଖ୍ସ୍ୟ ସେନ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି

 

ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନରେ ଭାରତର ଲଖ୍ସ୍ୟ ସେନ ପୁରୁଷ ବିଭାଗ ସିଙ୍ଗଲସ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି | ଏସୀୟ ଜୁନିଅର ଚମ୍ପିୟାନ ଲଖ୍ସ୍ୟ ସେନ ଗୁରୁବାରଦିନ ଦକ୍ଷିଣ କୋରିଆର ହା ୟଙ୍ଗ-ଉଙ୍ଗ ଙ୍କୁ ସିଧାସଳଖ 21-14, 21-15 ଗେମରେ ପରାସ୍ତ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି |

ସେନ ଆଜି କ୍ଵାର୍ଟର ଫାଇନାଲରେ, ଚୀନର ଝୌ ଜେକିଙ୍କ ସହ ମୁକାବିଲା କରିବେ |