ଜାମ୍ମୁ ଓ କାଶ୍ମୀରର  ରାଜନୈତିକ ପାର୍ଟି ଗୁଡିକ ନିର୍ବାଚନ କମିଶନଙ୍କ ଦ୍ଵାରା ନିଯୁକ୍ତ ସ୍ଵତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ସହ ସାକ୍ଷାତ କରିଛନ୍ତି

ଶ୍ରୀନଗରରେ କଂଗ୍ରେସ, ପିଡ଼ିପି ଓ ଜାମ୍ମୁ ଓ କାଶ୍ମୀର ର ବିଭିନ୍ନ ରାଜନୈତିକ ପାର୍ଟି ଗୁଡିକ ନିର୍ବାଚନ କମିଶନଙ୍କ ଦ୍ଵାରା ନିଯୁକ୍ତ ସ୍ଵତନ୍ତ୍ର ପର୍ଯ୍ୟବେକ୍ଷକ ଙ୍କ ସହ ସାକ୍ଷାତ କରିଛନ୍ତି | ତେବେ  ନେସନାଲ କନଫରେନ୍ସ ପର୍ଯ୍ୟବେକ୍ଷକ ଟିମ  ସହ ସାକ୍ଷାତ କରିନାହିଁ |

ରାଜ୍ୟରେ ସମ୍ଭାବ୍ୟ  ସାଧାରଣ ନିର୍ବାଚନ କରାଇବା ନିମନ୍ତେ ନିର୍ବାଚନ କମିଶନ ଦ୍ଵାରା ପ୍ରକୃତ  ଆକଳନ ପାଇଁ ଏହି ବୈଠକ କରାଯାଇଥିଲା |

କାଶ୍ମୀର ଅଞ୍ଚଳର ସବୁ ପରିସ୍ଥିତି ଉପରେ ସମୀକ୍ଷା କରିବା ଲାଗି ନିର୍ବାଚନ କମିଶନ ଦଳ ସୁରକ୍ଷା ଓ ପ୍ରଶାସନ ବିଭାଗ ର ଅଧିକାରୀ ମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି |

ନିର୍ବାଚନ କମିଶନ ଙ୍କ ଦ୍ଵାରା ନିଯୁକ୍ତ ତିନି ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ ସେହି ରାଜ୍ୟ କୁ ଦୁଇ ଦିନିଆ ଗସ୍ତରେ ଯାଇ ଗୁରୁବାର ଦିନ ସକାଳେ ଶ୍ରୀନଗର ରେ ପହଞ୍ଚିଥିଲେ |