ଦୀପା କର୍ମାକର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ବିଶ୍ଵ କପରେ ଭଲ୍ଟ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି

ଆଜରବାଇଜାନର ବାକୁ ଠାରେ ଚାଲିଥିବା ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ବିଶ୍ଵ କପରେ ଭାରତର ଦୀପା କର୍ମାକର ଭଲ୍ଟ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି | ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ସ୍ଥାନ ଅଧିକାର କରିବା ପରେ 25 ବର୍ଷ ବୟସ୍କା ଦୀପା କର୍ମାକର ଭଲ୍ଟ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି |

2016 ମସିହା ରିଓ ଅଲମ୍ପିକ୍ସରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦୀପା କର୍ମାକର ଗତକାଲି ଉତ୍କର୍ଷ କ୍ରୀଡା ପ୍ରଦର୍ଶନ କରିଛନ୍ତି | ଆସନ୍ତା କାଲି ଫାଇନାଲ ପ୍ରତିଦ୍ୱନ୍ଦିତା ହେବ |