ନ୍ୟୁଜିଲାଣ୍ଡରେ ଏକ  ମସଜିଦ ଠାରେ ଏକ ଗୁଳି ଚାଳନା ଘଟଣାରେ ବହୁ ଜଣ ମୃତାହତ

 

ନ୍ୟୁଜିଲାଣ୍ଡରେ ଏକ  ମସଜିଦ ଠାରେ ଘଟିଥିବା ଏକ ଗୁଳି ଚାଳନା ଘଟଣାରେ ବହୁ ଜଣ ମୃତାହତ ହୋଇଥିବାର ଜଣାପଡିଛି |  ଅଲ ନୁର ମସଜିଦ ଠାରେ ଘଟିଥିବା ଗୁଳି ଚାଳନାରେ ବହୁ ଜଣ ମୃତାହତ ହୋଇଥିବା ବେଳେ ଅନ୍ୟ ଏକ ମସଜିଦ କୁ ଖାଲି କରାଯାଇଛି ବୋଲି ସେଠାକାର ସ୍ଥାନୀୟ ଗଣମାଧ୍ୟମ ଜଣାଇଛି  | ତେବେ ଗୁଳି ଚାଳନାକାରୀ ଏବେ ମଧ୍ୟ ସକ୍ରିୟ ଅଛି ବୋଲି ପୋଲିସ କହିଛି |

ଖ୍ରୀଷ୍ଟଚର୍ଚ୍ଚ ର ସବୁ ସ୍କୁଲ ଗୁଡିକୁ ବନ୍ଦ ରଖାଯାଇଛି ଓ ଲୋକ ମାନଙ୍କୁ ଘରୁ ପଦାକୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି | ସେହି ଦେଶ ଗସ୍ତ ରେ ଆସିଥିବା ବାଙ୍ଗଲାଦେଶ କ୍ରିକେଟ ଟିମ ଏହି ଆକ୍ରମଣ ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ଏହି ଘଟଣା ସମୟରେ  ଟିମ ର ଅଧିକାଂଶ ଖେଳାଳି ସେହି ମସଜିଦ ଭିତରକୁ ପ୍ରବେଶ କରିବାକୁ ଯାଉଥିଲେ ବୋଲି ବାଙ୍ଗଲାଦେଶ କ୍ରିକେଟ ବୋର୍ଡ ମୁଖପାତ୍ର ଜଲାଲ ୟୁନୁସ କହିଛନ୍ତି |

ତେବେ ସବୁ ଖେଳାଳି ସୁରକ୍ଷିତ ଅଛନ୍ତି ବୋଲି ସେ ଏକ ସମ୍ବାଦ ସଂସ୍ଥା କୁ ଜଣାଇଛନ୍ତି | ତାହା ଏକ ଅତ୍ୟନ୍ତ  ଭୀତତ୍ରସ୍ତ ଅନୁଭୂତି ଥିଲା ବୋଲି ଟୁଇଟ କରି  କ୍ରିକେଟ ଖେଳାଳି ତାମିମ ଇକବାଲ କହିଛନ୍ତି |