ଫେବୃୟାରୀ ରେ ପାଇକାରୀ ମୂଲ୍ୟ ଆଧାରିତ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇ ଶତକଡା 2.93 ଭାଗ ରହିଛି

ଫେବୃୟାରୀ ରେ ପାଇକାରୀ ମୂଲ୍ୟ ଆଧାରିତ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇ ଶତକଡା 2.93 ଭାଗ ରହିଛି | ଆଜି ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ଆଳୁ, ପିଆଜ, ଫଳ ଓ ଦୁଗ୍ଧ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ର ମୁଦ୍ରାସ୍ଫୀତି ବୃଦ୍ଧି ପାଇ ଶତକଡା 4.84 ଭାଗ ରହିଛି ଯାହାକି ଜାନୁଆରୀ ମାସରେ 3.54 ଭାଗ ରହିଥିଲା |

ଇନ୍ଧନ ଓ ଶକ୍ତି ପାଇଁ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ଶତକଡା  2.23 ଭାଗ ରହିଛି ଯାହାକି ପୂର୍ବରୁ 1.85 ଭାଗ ରହିଥିଲା |

ପାଇକାରୀ ମୂଲ୍ୟ ସୂଚୀ ଆଧାରିତ ମୁଦ୍ରାସ୍ଫୀତି ଗତବର୍ଷ  ଜାନୁଆରୀ ରେ 2.76 ଭାଗ ରହିଥିବା ବେଳେ ଫେବୃୟାରୀ ମାସରେ 2.74 ଭାଗ ଥିଲା |