ବିଶ୍ଵବ୍ୟାପୀ କିଡନୀ ଦିବସ  ପାଳିତ ହେଇଛି

ବିଶ୍ଵବ୍ୟାପୀ କିଡନୀ ଦିବସ  ପାଳିତ ହେଇଛିବିଶ୍ଵବ୍ୟାପୀ  କିଡନୀ ଦିବସ ପାଳିତ ହେଇଛି  |  କିଡନୀ ରୋଗ ର ଦୂରୀକରଣ କରିବା ସହ ଏହା ଉପରେ ଯଥେଷ୍ଟ ଗୁରୁତ୍ଵ ଦେବା ଉପରେ ଜନ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ମାସର ଦ୍ଵିତୀୟ ଗୁରୁବାର ଦିନ ଏହି ଦିବସ ପାଳନ କରାଯାଇଥାଏ | ଚଳିତ ବର୍ଷର ଶୀର୍ଷକ ହେଉଛି ସୁସ୍ଥ କିଡନୀ ସମସ୍ତଙ୍କ ପାଇଁ ସବୁ ଠାରେ | ଏହି ଅବସରରେ  କିଡନୀ ରୋଗର ଦୂରୀକରଣ ଓ ଏହାର ଆଗୁଆ ଚିକିତ୍ସା ଲାଗି ବିଶ୍ଵ ବ୍ୟାପୀ ଆହ୍ଵାନ ଦିଆଯାଇଛି |

କିଡନୀ ରୋଗ ପାଇଁ ପ୍ରମୁଖ କାରଣ ରହିଥିବା ଉଚ୍ଚ ରକ୍ତ ଚାପ ଓ ମଧୁମେହ ରୋଗ ବିଷୟରେ  ଜନ ଜାଗରଣ ସୃଷ୍ଟି କରିବା ସକାଶେ ଏହି ଅବସରେ ଅନେକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି  |

ଏମ୍ସ ର ନେଫ୍ରୋଲୋଜି ( କିଡନୀ ସଙ୍କ୍ରାନ୍ତୀୟ ରୋଗ ) ବିଭାଗ ପ୍ରଫେସର ଆର କେ ଯାଦବ ଆକାଶବାଣୀ ସମ୍ବାଦଦାତାଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ କିଡନୀ  ଜନିତ ରୋଗରୁ ଦୂରେଇ ରହିବାକୁ ହେଲେ ପେନ କିଲର ମେଡ଼ିସିନ ଖାଇବା ଉଚିତ ନୁହେଁ ଓ ନିଜର ଉଚ୍ଚ ରକ୍ତ ମଧୁମେହ କୁ ନିୟନ୍ତ୍ରଣ ରେ ରଖିବା ଉଚିତ |