ବ୍ରେକ୍ସିଟକୁ ବିଳମ୍ବ କରିବା ସପକ୍ଷରେ ବ୍ରିଟେନ ସାଂସଦ ମାନେ ଭୋଟ ଦେଇଛନ୍ତି

ବ୍ରିଟେନ ୟୁରୋପୀୟ ସଂଘରୁ ଚଳିତ ମାସ 29 ତାରିଖ ସୁଦ୍ଧା ଓହରିଯିବା ସମୟ ସୀମାକୁ ବିଳମ୍ବ କରିବା ସପକ୍ଷରେ ବ୍ରିଟେନ ସାଂସଦ ମାନେ ଭୋଟ ଦେଇଛନ୍ତି | ବ୍ରେକ୍ସିଟ ଚୁକ୍ତିକୁ ନେଇ ଏହି ପ୍ରସ୍ତାବଟି ଗତରାତିରେ ହାଉସ ଅଫ କମନ୍ସରେ 412 ଟି ଭୋଟ ସମର୍ଥନରେ ଗୃହୀତ ହୋଇଛି | ଏହି ପ୍ରସ୍ତାବ ବିରୁଦ୍ଧରେ 202 ଜଣ ଭୋଟ ଦେଇଥିଲେ |

ତେବେ ଏହି ବିଳମ୍ବିତ ସମୟ ସୀମା ମଧ୍ୟରେ ଆଉ ଏକ ଜନମତ କରାଇବାକୁ ପ୍ରସ୍ତାବରେ ଆଗତ ସଂଶୋଧନକୁ ବ୍ରିଟେନ ସାଂସଦ ମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି |