ମୁମ୍ବାଇ ଫୁଟ ଓଭର ବ୍ରିଜ ଭୁଷୁଡିପଡିବା ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି

ମୁମ୍ବାଇରେ ଛତ୍ରପତି ଶିବାଜୀ  ମହାରାଜ ଟର୍ମିନସ ନିକଟରେ ଗତ ସନ୍ଧ୍ୟାରେ  ଫୁଟ ଓଭର ବ୍ରିଜ ର ଏକ ଭାଗ ଭୁଷୁଡିପଡିବା ରୁ ଅତି କମରେ 6 ଜଣ  ମୃତ୍ୟୁ ବରଣ କରିଥିବା ବେଳେ 31 ଜଣ ଆହତ ହୋଇଛନ୍ତି |

ଏହି ଦୁର୍ଘଟଣା ସନ୍ଧ୍ୟା ସାଢେ ସାତଟା ସମୟରେ ଘଟିଥିଲା |ଜାତୀୟ ଦୁର୍ବିପାକ ତ୍ଵରିତ ବାହିନୀ ର ଏକ ଟିମ ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ ଥିଲା | ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

ମହାରାଷ୍ଟ୍ର ସରକାର ଏହି  ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ମୁଖ୍ୟ ମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି |

କେନ୍ଦ୍ରୀୟ ରେଳବାଇ ଓ ବୃହନମୁମ୍ବାଇ ପୌର ନିଗମ ର ଅଧିକାରୀ ମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି ବୋଲି ପୋଲିସ କହିଛି | ଏହି ଦୁର୍ଘଟଣା ରେ ମୃତକ ଙ୍କ ପରିବାର ବର୍ଗ ଙ୍କ ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ  ଓ ଆହତ ମାନଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ ଲାଗି ରାଜ୍ୟସରକାର ଘୋଷଣା କରିଛନ୍ତି |

ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣା ରେ ମୃତ ବ୍ୟକ୍ତି ଙ୍କ ପରିବାର ବର୍ଗ ଙ୍କ ପ୍ରତି ସମବେଦନା ଜଣାଇଛନ୍ତି |

ଅନ୍ଧେରି ରେ ଏକ ବ୍ରିଜ ଭୁଷୁଡିବାର ମାତ୍ର ଆଠ ମାସ ପରେ ଏହି ବ୍ରିଜ ଭୁଷୁଡି ଥିବାର ଜଣାପଡିଛି | ସେହି  ଘଟଣାରେ 5 ଜଣ ପ୍ରାଣ ହରେଇଥିଲେ |