ମ୍ୟାଚ ଫିକ୍ସିଙ୍ଗ ଅଭିଯୁକ୍ତ ଦଲାଲ ସଞ୍ଜୀବ ଚାୱଲା ପ୍ରତ୍ୟର୍ପଣ ଆଦେଶ ବିରୁଦ୍ଧରେ ବ୍ରିଟେନ ହାଇକୋର୍ଟ ରେ ଆବେଦନ କରିଛନ୍ତି

2000 ମସିହାରେ ମ୍ୟାଚ ଫିକ୍ସିଙ୍ଗ ଅଭିଯୁକ୍ତ ଦଲାଲ ସଞ୍ଜୀବ ଚାୱଲା, ପ୍ରତ୍ୟର୍ପଣ ଆଦେଶ ବିରୁଦ୍ଧରେ ବ୍ରିଟେନ ହାଇକୋର୍ଟ ରେ ଆବେଦନ କରିଛନ୍ତି | ତାଙ୍କୁ ଭାରତରେ ବହୁ ଦିନ ହେଲା ଖୋଜା ଚାଲିଛି | ଭାରତକୁ ପ୍ରତ୍ୟର୍ପଣ ପାଇଁ ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ଙ୍କ  ରାୟ ବିରୁଦ୍ଧରେ ସେ ଏହି ଆବେଦନ କରିଛନ୍ତି |

ବ୍ରିଟେନର  ସ୍ବରାଷ୍ଟ୍ର ମନ୍ତ୍ରୀ ସାଜିଦ ଯାବିଦ  ଗତମାସ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ ଲାଗି  ଜିଲ୍ଲା ଜଜ ଙ୍କ ଏକ ନିର୍ଦେଶାନାମ ରେ ସ୍ବାକ୍ଷରିତ କରିଥିଲେ  ଓ ଏହି ରାୟ ବିରୁଦ୍ଧରେ ଆବେଦନ କରିବା ପାଇଁ ଶ୍ରୀ ଚାୱାଲା ଙ୍କୁ 14 ଦିନ ସମୟ ଦିଆଯାଇଥିଲା  |

ତେବେ ନିର୍ଦ୍ଧାରିତ  14 ଦିନ ସମୟ ମଧ୍ୟରେ ଶ୍ରୀ ଚାୱାଲା ଆବେଦନ କରିଛନ୍ତି ବୋଲି ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି |

2000 ମସିହାରେ ଦକ୍ଷିଣ ଆଫ୍ରିକା ର ପୂର୍ବତନ ଅଧିନାୟକ ହାନ୍ସି କ୍ରୋଞ୍ଜ  ସମ୍ପୂକ୍ତ ଥିବା ଏକ ମ୍ୟାଚ ଫିକ୍ସିଙ୍ଗ ମାମଲାରେ ସଞ୍ଜୀବ ଚାୱଲା ହେଉଛନ୍ତି ଜଣେ ମୁଖ୍ୟ ଅଭିଯୁକ୍ତ |