ସନ୍ତ୍ରାସବାଦ-ମୁକ୍ତ ବାତାବରଣରେ ପାକିସ୍ତାନ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ : ବୈଦେଶିକ ବ୍ୟାପାର ମନ୍ତ୍ରୀ

ସନ୍ତ୍ରାସବାଦ ଏବଂ କଥାବାର୍ତ୍ତା ଏକ ସାଙ୍ଗରେ ଚାଲିପାରିବ ନାହିଁ ବୋଲି ଭାରତ, ପାକିସ୍ତାନକୁ ପୁଣି ଥରେ ସ୍ପଷ୍ଟ କରିଛି |

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ଵରାଜ କହିଛନ୍ତି ସନ୍ତ୍ରାସବାଦ-ମୁକ୍ତ ବାତାବରଣରେ ପାକିସ୍ତାନ ସହ କଥାବାର୍ତ୍ତା ପାଇଁ ନୂଆଦିଲ୍ଲୀ ପ୍ରସ୍ତୁତ ଅଛି | ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀମତି ସ୍ଵରାଜ କହିଛନ୍ତି ସନ୍ତ୍ରାସବାଦ ବିରୁଦ୍ଧରେ ଇସ୍ଲାମାବାଦ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ସନ୍ତ୍ରାସବାଦକୁ ସମର୍ଥନ ବନ୍ଦ କରିବା ନିହାତି ଆବଶ୍ୟକ |

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଯଦି ପ୍ରକୃତରେ ଜଣେ ଉଦାରବାଦୀ ତେବେ ସେ ଜୈସେ ମହମ୍ମଦ ମୁଖ୍ୟ ମସୁର ଆଝାରକୁ ଭାରକୁ ହସ୍ତାନ୍ତର କରିଦେବା ଉଚିତ ବୋଲି ସୁଷମା ସ୍ଵରାଜ କହିଛନ୍ତି |