ସମସ୍ତ ଆମେରିକୀୟ କୂଟନୀତିଜ୍ଞ ଭେନେଜୁଏଲା ଛାଡି ଦେଇଥିବା ଆମେରିକା ବୈଦେଶିକ ମନ୍ତ୍ରୀ କହିଛନ୍ତି

ସମସ୍ତ ଆମେରିକୀୟ କୂଟନୀତିଜ୍ଞ ଭେନେଜୁଏଲା ଛାଡି ଦେଇଥିବା ବିଷୟରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି | ଭେନେଜୁଏଲାରେ ସଙ୍କଟ ଆହୁରି ଘନୀଭୂତ ହୋଇଥିବା ଦୃଷ୍ଟିରୁ କାରାକାସରେ ଅବସ୍ଥାପିତ ଅନ୍ୟ ସମସ୍ତ ଆମେରିକୀୟ କୂଟନୀତିଜ୍ଞଙ୍କୁ ଆମେରିକା ପ୍ରତ୍ୟାହାର କରିନେଇଥିବା ସେ ଜଣାଇଛନ୍ତି |

ଭେନେଜୁଏଲାରୁ ଅବଶିଷ୍ଟ ଆମେରିକୀୟ କୂଟନୀତିଜ୍ଞ ସେ ଦେଶ ଛାଡି ସ୍ଵଦେଶ ଆସୁଥିବା ବିଷୟ ଗୁରୁବାରଦିନ ଜାରି ଏକ ବିବୃତିରେ ମାଇକ ପୋମ୍ପିଓ କହିଛନ୍ତି |