ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ମାଳଦ୍ଵୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କୁ ଆଜି ସାକ୍ଷାତ କରିବେ  

ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ମାଲେକୁ ତାଙ୍କର ଦୁଇଦିନିଆ ଗସ୍ତ ଶେଷ କରିବା ପୂର୍ବରୁ ଆଜି ମାଳଦ୍ଵୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କୁ ସାକ୍ଷାତ କରିବେ |

ଶ୍ରୀମତୀ ସ୍ଵରାଜ ଗତକାଲି ମାଳଦ୍ଵୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶାହିଦଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏବଂ ଏକ ମିଳିତ ମନ୍ତ୍ରୀ ସ୍ତରୀୟ ବୈଠକରେ ଯୋଗ ଦେଇଥିଲେ | ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ ସହଯୋଗ ତଥା ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି ସହ ସମ୍ପର୍କ ଆହୁରି ସୁଦୃଢ କରିବା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି |

ଡିପ୍ଲୋମାଟିକ ଏବଂ ସରକାରୀ ପାସପୋର୍ଟ ଧାରକ ମାନଙ୍କ ପାଇଁ ଭିସା ପ୍ରଦାନ ସୁବିଧା, ବିକାଶମୂଳକ ସହଯୋଗ ଏବଂ ପୁନଃବ୍ୟବହାର କ୍ଷମ ଶକ୍ତି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ତିନୋଟି ରାଜିନାମା ଆଦାନପ୍ରଦାନ ହୋଇଛି |