ସେବା ଓ ସାମଗ୍ରୀ କର (GST) ପରିଷଦ ଆବାସିକ ସମ୍ପତ୍ତି ଉପରେ ନୂଆ ସେବା ଓ ସାମଗ୍ରୀ କର ପାଇଁ ଏକ ପରିବର୍ତ୍ତନ ଯୋଜନାକୁ ମଙ୍ଗଳବାରଦିନ ଅନୁମୋଦନ କରିଛି | ଏହା ଅଧୀନରେ ନିର୍ମାଣାଧୀନ ଘର ଗୁଡିକ ପାଇଁ କୋଠାବାଡି ନିର୍ମାଣକାରୀ ମାନେ ସଂଶୋଧିତ ହ୍ରାସ ଦରରେ GST ଲାଗୁ କରିପାରିବେ |
ଚଳିତ ବର୍ଷ ଏପ୍ରିଲ ପହିଲା ପରଠାରୁ ଆରମ୍ଭ ହେଉଥିବା ବାସଗୃହ ପ୍ରକଳ୍ପ ଗୁଡିକ ପାଇଁ କୋଠାବାଡି ନିର୍ମାଣକାରୀ ମାନେ ନୂଆ GST ହାର ଲାଗୁ କରିପାରିବେ ବୋଲି ରାଜସ୍ବ ଶଚିବ ଅଜୟ ଭୂଷଣ ପାଣ୍ଡେ ସାମ୍ବାଦିକ ମାନଙ୍କୁ କହିଛନ୍ତି |