ଘୁର୍ଣ୍ଣିଝଡ଼ରେ ପ୍ରଭାବିତ ମୋଜାମ୍ବିକରେ ଭାରତୀୟ ନୌବାହିନୀ ମାନବହିତ ସହାୟତା ପ୍ରଦାନ କରିବ

ମୋଜାମ୍ବିକ ସରକାରଙ୍କ ଅନୁରୋଧକ୍ରମେ ଭାରତୀୟ ମହାସାଗରର ଦକ୍ଷିଣରେ ପରିଚାଳିତ ଭାରତୀୟ ନୌବାହିନୀର ପ୍ରଥମ ଟ୍ରେନିଙ୍ଗ ସ୍କ୍ୱାଡ଼ର୍ଣ୍ଣ ଜାହାଜ ଗୁଡିକୁ ପୋର୍ଟ ବେଇରାକୁ ପଠାଯାଇଛି |

ଘୁର୍ଣ୍ଣିଝଡ଼ଇଦାଇରେ ପ୍ରଭାବିତ ମୋଜାମ୍ବିକରେ ସ୍ଥାନୀୟ ଲୋକମାନଙ୍କୁ ଭାରତୀୟ ନୌବାହିନୀ ମାନବହିତ ସହାୟତା ଏବଂ ଦୁର୍ବିପାକ ରିଲିଫ (HADR) ପ୍ରଦାନ କରିବ | ଭାରତୀୟ ନୌବାହିନୀ ଜାହାଜରେ ସ୍ୱାସ୍ଥ୍ୟ ସେବା ଶିବିର ସ୍ଥାପନ କରାଯିବ ଏବଂ ପ୍ରଭାବିତ ଲୋକ ମାନଙ୍କୁ ଖାଦ୍ୟ, ଔଷଧପତ୍ର ବସ୍ତ୍ର ଇତ୍ୟାଦି ଦିଆଯିବ |

ମାର୍ଚ୍ଚ 15 ତାରିଖରେ ମୋଜାମ୍ବିକ ଉପକୂଳରେ ଘୁର୍ଣ୍ଣିଝଡ଼ଇଦାଇପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି |