ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ଗତକାଲି ପାର୍ଲିଆମେଣ୍ଟ ରେ କହିଛନ୍ତି ଯେ ଜୁନ 30 ତାରିଖ ପର୍ଯ୍ୟନ୍ତ ବ୍ରେକ୍ସିଟ କୁ ବିଳମ୍ବ କରିବା ଲାଗି ସେ ୟୁରୋପୀୟ ସଂଘ(ଇୟୁ ) କୁ ଅନୁରୋଧ କରିଛନ୍ତି |
ସୁଶ୍ରୀ ମେ କହିଛନ୍ତି ଯେ ସେ ଇୟୁ ର ଅଧ୍ୟକ୍ଷ ଡୋନାଲ୍ଡ ଟସ୍କ ଙ୍କୁ ଏକ ପତ୍ର ଲେଖି ଜୁନ 30 ତାରିଖ ପର୍ଯ୍ୟନ୍ତ ବ୍ରେକ୍ସିଟ ର ସମୟ ସମ୍ପ୍ରସାରଣ ଲାଗି ଅନୁରୋଧ କରିଛନ୍ତି |
ୟୁରୋପୀୟ ସଂଘ ରୁ ଓହରିବା ନେଇ ହାଉସ ଅଫ କମନ୍ସ ରେ ଏକ ଭୋଟ ନେବା ଲାଗି ସେ ଚାହୁଁ ଥିଲେ କିନ୍ତୁ ସଦନ ର ବାଚସ୍ପତି ଜନ ବେର୍କୋ ତାହା ପ୍ରତ୍ୟାକ୍ଷାନ କରିଦେଇଥିଲେ ବୋଲି ସୁଶ୍ରୀ ମେ ଏହି ପତ୍ର ମାଧ୍ୟମରେ ଶ୍ରୀ ଟସ୍କ ଙ୍କୁ ଜଣାଇଛନ୍ତି |
ଈୟୁ ର ନେତା ମାନଙ୍କ ସହ ଏହି ବିକଳ୍ପ ବ୍ୟବସ୍ଥା ନେଇ ଆଲୋଚନା କରିବା ପାଇଁ ସୁଶ୍ରୀ ମେ ଆଜି ବ୍ରସେଲ୍ସ ଠାରେ ଏକ ୟୁରୋପୀୟ ପରିଷଦ ବୈଠକ ରେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି |