ସ୍ଵତନ୍ତ୍ର ଅଲିମ୍ପିକ୍ସ ଗେମ୍ସ ରେ ଭାରତ 368 ଟି ପଦକ ହାସଲ କରିଛି

 

ସଂଯୁକ୍ତ ଆରବ ଏମିରେଟ ର ଆବୁଧାବୀ ଠାରେ  ଅନୁଷ୍ଠିତ ସ୍ଵତନ୍ତ୍ର ଅଲିମ୍ପିକ୍ସ ଗେମ୍ସ ରେ ଭାରତ ର 284 ଜଣ କ୍ରୀଡାବିତ 85 ଟି ସ୍ଵର୍ଣ୍ଣ , 154ଟି ରୋପ୍ୟ ଓ 129ଟି ବ୍ରୋଞ୍ଜ ପଦକ ସମେତ ମୋଟ  368 ଟି ପଦକ ହାସଲ କରିଛି |

ଭାରତୀୟ ପାୱାର ଲିଫ୍ଟର ମାନେ ସର୍ବାଧିକ 20ଟି ସ୍ଵର୍ଣ୍ଣ, 33ଟି ରୋପ୍ୟ ଓ 43 ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି | ରୋଲର ସ୍କେଟିଙ୍ଗ ରେ ଭାରତ 13ଟି ସ୍ଵର୍ଣ୍ଣ, 20 ଟି ରୋପ୍ୟ ଓ 16ଟି ବ୍ରୋଞ୍ଜ ପଦକ ପାଇଥିବା ବେଳେ ସାଇକେଲ ଚାଳନାରେ 11ଟି ସ୍ଵର୍ଣ୍ଣ, 14ଟି ରୋପ୍ୟ ଓ 20 ଟି ବ୍ରୋଞ୍ଜ ପଦକ ପାଇଛନ୍ତି |