ଚୀନ ର ଏକ ରସାୟନ କାରଖାନାରେ ଘଟିଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 64 କୁ ବୃଦ୍ଧି ପାଇଛି | ଏହି ବିସ୍ଫୋରଣରେ 600 ରୁ ଅଧିକ ଜଣ ଆହତ ହୋଇଛନ୍ତି |
ଜିଆଙ୍ଗସୁ ପ୍ରଦେଶ ର ରସାୟନ ଉଦ୍ୟୋଗିକ ପାର୍କ ର ଏକ ସାର କାରଖାନା ରେ ଅଗ୍ନିକାଣ୍ଡ ଘଟିଥିଲା ବୋଲି ଅଧିକାରୀ ମାନେ ଜଣାଇଛନ୍ତି | ଏହି ଘଟଣା ପରେ କାରଖାନାର ଅଧିକାରୀ ମାନଙ୍କୁ ପୋଲିସ ହାଜତ କୁ ନିଆଯାଇଛି ବୋଲି ଗଣମାଧ୍ୟମ ରୁ ଜଣାପଡିଛି |