ଅର୍ଥାଭାବ ରେ ଗତି କରୁଥିବା ପାକିସ୍ତାନ ସୋମବାର ସୁଦ୍ଧା ଚୀନ ଠାରୁ 2 ବିଲିୟନ ରୁ ଅଧିକ ଆମେରିକୀୟ ଡଲାର ଅର୍ଥ ଋଣ ଗ୍ରହଣ କରିବ | ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ସମୟରେ ଏହି ଋଣ ଦେଶର ଅର୍ଥବ୍ୟବସ୍ଥା ସୁଧୁରିବାରେ ସହାୟକ ହେବ |
ଚୀନ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା 2.1 ବିଲିୟନ ଆମେରିକୀୟ ଡଲାର ରୁଣ ର ହସ୍ତାନ୍ତର ଲାଗି ସବୁ ନୀତିଗତ ପ୍ରକିୟା ଶେଷ ହୋଇଯାଇଛି ବୋଲି ପାକିସ୍ତାନ ର ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି |
ପାକିସ୍ତାନ, ଆର୍ଥିକ ସହାୟତା ର ଅଂଶବିଶେଷ ଭାବେ ସାଉଦିଆରବ ଓ ଇଉଏଇ ଠାରୁ ମଧ୍ୟ 1 ବିଲିୟନ ଡଲାର ଲେଖାଏଁ ଅର୍ଥ ରାଶି ଗ୍ରହଣ କରିଛି | ଏକ ଆର୍ଥିକ ପ୍ଯାକେଜ ପାଇଁ ଇସଲାମାବାଦ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହ ମଧ୍ୟ କଥାବାର୍ତ୍ତା କରୁଛି | ପୂର୍ବରୁ ପାକିସ୍ତାନୀ ଅଧିକାରୀ ମାନେ କହିଥିଲେ ଯେ ଇସଲାମାବାଦ ଆଇଏମଏଫ ଠାରୁ ପ୍ରାୟ 8 ବିଲିୟନ ଡଲାର ସହାୟତା ରାଶି ଲୋଡିବ ଯାହା ଇସଲାମାବାଦ ପାଇଁ ଏହି ପାଣ୍ଠି ଦ୍ଵାରା ସବୁଠୁ ବଡ ପ୍ୟାକେଜ ହେବ |