ସଂଗଠିତ  କ୍ଷେତ୍ରରେ 17 ମାସ ମଧ୍ୟରେ ସର୍ବାଧିକ ନିଯୁକ୍ତି ସୃଷ୍ଟି ହୋଇଛି : ଇପିଏଫଓ

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ପ୍ରକାଶ କରିଥିବା  ସବିଶେଷ ଇସ୍ତାହାର ର ବେତନ ତଥ୍ୟ ରୁ ଜଣାପଡିଛି ଯେ ସଂଗଠିତ କ୍ଷେତ୍ରରେ 17 ମାସ ମଧ୍ୟରେ ସର୍ବାଧିକ ନିଯୁକ୍ତି ସୃଷ୍ଟି ହୋଇଛି | 2019 ଜାନୁଆରୀ ରେ ସବୁଠୁ ଅଧିକ 8.96 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି|

ଇପିଏଫଓ  ବ୍ୟବସ୍ଥା ଥିବା କମ୍ପାନୀ ଗୁଡିକରେ କର୍ମଚାରୀ ମାନଙ୍କ ସଂଖ୍ୟା ଓ ସେମାନଙ୍କୁ ଦିଆଯାଉଥିବା ବେତନ ର ତଥ୍ୟ ରୁ ଜଣାପଡିଛି  ଯେ ଜାନୁଆରୀ ମାସରେ ଯେଉଁ ନୂଆ ରୋଜଗାର ସୃଷ୍ଟି ହୋଇଛି ତାହା ଗୋଟିଏ ବର୍ଷ ପୂର୍ବେ ଏଇ ମାସ ତୁଳନାରେ 131 ପ୍ରତିଶତ ଅଧିକ | ଗତବର୍ଷ  ଜାନୁଆରୀ ରେ ଇପିଏଫଓ ଅଂଶଧାରକ ମାନଙ୍କ ସଂଖ୍ୟା 3.87 ଲକ୍ଷ ବୃଦ୍ଧି ପାଇଥିଲା |

ଇପିଏଫଓ, ଭାରତର ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରର କର୍ମଚାରୀ ମାନଙ୍କ ସାମାଜିକ ସୁରକ୍ଷା ପାଣ୍ଠି  ପରିଚଳନା କରିଥାଏ |ଏଥିରେ 6 କୋଟିରୁ ଅଧିକ ସକ୍ରିୟ ସଦସ୍ୟ ଅଛନ୍ତି |