ନିର୍ବାଚନ କମିଶନ କହିଛନ୍ତି ଲୋକ ସଭା ନିର୍ବାଚନର କେବଳ ଶେଷ ପର୍ଯ୍ୟାୟ ମତଦାନ ପରେ ଏଗ୍ଜିଟ ପୋଲ ପ୍ରସାରଣ କରାଯାଇପାରିବ

ଲୋକ ସଭା ନିର୍ବାଚନର କେବଳ ଶେଷ ପର୍ଯ୍ୟାୟ ମତଦାନ ପରେ ଏଗ୍ଜିଟ ପୋଲ ପ୍ରସାରଣ କରିବାକୁ ନିର୍ବାଚନ କମିଶନ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି | ନିର୍ବାଚନ କମିଶନ କହିଛନ୍ତି ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପରେ ଅର୍ଥାତ ମେ 19 ତାରିଖ ସନ୍ଧ୍ୟାରେ ହିଁ ଏଗ୍ଜିଟ ପୋଲ ପ୍ରସାରଣ କରାଯାଇପାରିବ |

ନିର୍ବାଚନ କମିଶନ ଗଣମାଧ୍ୟମ ଏବଂ ପ୍ରଥମ ଥର ପାଇଁ ଏଥିରେ ସାମିଲ ୱେବସାଇଟ ସାମାଜିକ ଗଣମାଧ୍ୟମ ମଞ୍ଚ ଗୁଡିକୁ ସଂକ୍ରାନ୍ତୀୟ ଏକ ନିର୍ଦ୍ଦେଶାବଳୀ  ଜାରି କରିଛନ୍ତି |

ପ୍ରତ୍ୟକ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାର 48 ଘଣ୍ଟା ପୂର୍ବରୁ କୌଣସି ପାର୍ଟି କିମ୍ବା ପ୍ରାର୍ଥୀଙ୍କୁ ପ୍ରୋତ୍ସାହନ ଓ ସମର୍ଥନ ସ୍ୱରୂପ କିମ୍ବା ବିପକ୍ଷରେ କୌଣସି ଖବର ବା ତଥ୍ୟର ଯେଭଳି ପ୍ରଚାର ପ୍ରସାର କରାଯାଏ ତାହା ଟେଲିଭିଜନ, ରେଡ଼ିଓ ଚ୍ୟାନେଲ, କେବୁଲ ନେଟୱାର୍କ, ୱେବସାଇଟ ସାମାଜିକ ଗଣମାଧ୍ୟମ ମଞ୍ଚ ଗୁଡିକ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି |

ନିର୍ବାଚନ ଘୋଷଣା ହେବା ସମୟଠାରୁ ନିର୍ବାଚନ ଶେଷ ଏବଂ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମ୍ବାଦ ପ୍ରସାରକ ମାନଙ୍କ ଦ୍ୱାରା ପ୍ରସାରଣ ଗୁଡିକୁ ତଦାରଖ କରାଯାଉଥିବା ବିଷୟ ନିର୍ବାଚନ କମିଶନ କହିଛନ୍ତି |