IPL କ୍ରିକେଟରେ, ଗତ ରାତିରେ ଜୟପୁରରେ ଖେଳାଯାଇଥିବା ଏକ ମ୍ୟାଚରେ କୋଲକାତା ନାଇଟ ରାଇଡ଼ର୍ସ ରାଜସ୍ଥାନ ରୟାଲସକୁ ଆଠ ୱିକେଟରେ ପରାସ୍ତ କରିଛି |
ରାଜସ୍ଥାନ ରୟାଲସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 3 ୱିକେଟରେ ହରାଇ 139 ରନ ସ୍କୋର କରିଥିଲା | ଏହାର ଜବାବରେ କୋଲକାତା ନାଇଟ ରାଇଡ଼ର୍ସ 13.5 ଓଭରରେ 140 ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା |
ଅନ୍ୟ ଏକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ରମାଗତ ଭାବେ ଚତୁର୍ଥ ପରାଜୟ ବରଣ କରିଛି | ଗତକାଲି ବେଙ୍ଗାଲୁରୁରେ ଖେଳାଯାଇଥିବା ଏକ ମ୍ୟାଚରେ ଡେଲହୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 4 ୱିକେଟରେ ହରାଇଦେଇଛି |
ଆଜି ମୋହାଲିରେ ରାତି 8ଟାରେ ସନ ରାଇଜର୍ସ ହାଇଦ୍ରାବାଦ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ମୁକାବିଲା ହେବ |