ବ୍ରିଟେନ କୋର୍ଟ ଅର୍ଥ ଠକେଇ ଅଭିଯୁକ୍ତ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ ବିରୁଦ୍ଧରେ ଆବେଦନ କରିବାକୁ ଅନୁମତି ଦେବାକୁ ଅଗ୍ରାହ୍ୟ କରିଛି | ଭାରତକୁ ପ୍ରତ୍ୟାର୍ପଣ ପାଇଁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟ ନିର୍ଦେଶ ଦେବା ପରେ ମାଲ୍ୟା ଆବେଦନ ପତ୍ର ଦାଖଲ କରିଥିଲେ | କୋର୍ଟ ନିର୍ଦେଶ ପରେ ବ୍ରିଟେନର ସ୍ବରାଷ୍ଟ୍ର ସଚିବ ସାଜିଦ ଜାଭିଦ ମଧ୍ୟ ମାଲ୍ୟାଙ୍କୁ ଭାରତୁ ପ୍ରତ୍ୟର୍ପଣ ପାଇଁ ନିର୍ଦେଶ ଦେଇଛନ୍ତି | ମାଲ୍ୟା 9,000 କୋଟି ଟଙ୍କାର ଅର୍ଥ ଠକେଇ ଅପରାଧରେ ଅଭିଯୁକ୍ତ ଅଛନ୍ତି |