ଚେନ୍ନାଇ ରେ ଗତରାତିରେ ଖେଳାଯାଇଥିବା ଆଇପିଏଲ କ୍ରିକେଟ ରେ ଚେନ୍ନାଇ ସୁପର କିଙ୍ଗସ କୋଲକାତା ନାଇଟ ରାଇଡ଼ର୍ସ କୁ 7 ଉଇକେଟ ରେ ପରାସ୍ତ କରିଛି |
ଆଣ୍ଡ୍ରେ ରସେଲ ଙ୍କ 44 ବଲ ରୁ 50 ରନ ସଂଗ୍ରହ ସତ୍ତ୍ୱେ କୋଲକାତା ଟିମ କୁ ଚେନ୍ନାଇ ଟିମ 9 ଉଇକେଟ ବିନିମୟରେ 108 ରନ ରେ ସୀମିତ ରଖିଥିଲା | ଚେନ୍ନାଇ ସୁପର କିଙ୍ଗସ ର ମିଡିଅମ ପେସର ଦୀପକ ଚହର 3ଟି ଉଇକେଟ ନେଇଥିବା ବେଳେ ହରଭଜନ ସିଂ ଓ ଇମ୍ରାନ ତାହିର 2ଟି ଲେଖାଏଁ ଉଇକେଟ ନେଇଥିଲେ | ଚେନ୍ନାଇ 17 ଓଭର 2ଟି ବଲ ରେ ବିଜୟ ଲକ୍ଷ ହାସଲ କରିଥିଲା | ଚେନ୍ନାଇ 6ଟି ମ୍ୟାଚ ରୁ 5ଟିରେ ବିଜୟ ହାସଲ କରି ଶୀର୍ଷ ରେ ରହିଥିବା ବେଳେ କୋଲକାତା ଟିମ 6 ଟି ମ୍ୟାଚ ରୁ 2ଟି ମ୍ୟାଚ ରେ ହାରି ଯାଇଛି |
ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ମୁମ୍ବାଇ ର ୱାଙ୍ଖାଡେ ଷ୍ଟାଡିୟମ ରେ ଆଜି ରାତି 8 ଟାରେ ମୁକାବିଲା ହେବ |