ଆବୁଧାବୀ ଆନ୍ତର୍ଜାତୀୟ ପୁସ୍ତକ ମେଳାରେ ଭାରତ ସମ୍ମାନନୀୟ ଅତିଥି ଭାବେ ମନୋନୀତ

ଆବୁଧାବୀ ଆନ୍ତର୍ଜାତୀୟ ପୁସ୍ତକ ମେଳା(ଏଡ଼ିଆଇବିଏଫ) ର 29 ତମ ସଂସ୍କରଣ ରେ ଭାରତ ସମ୍ମାନନୀୟ ଅତିଥି ଭାବେ ମନୋନୀତ ହୋଇଛି | 50 ଟି ଦେଶର  1000 ପ୍ରଦର୍ଶକ ଅଂଶଗ୍ରହଣ କରିବାକୁ ଥିବା ଏହି ପୁସ୍ତକ ମେଳା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି |

ଇଉଏଇ ରାଜଧାନୀ ରେ ହେବାକୁ ଥିବା ଏହି ପୁସ୍ତକ ମେଳା ଚଳିତ ମାସ 24 ରୁ 30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ସେଠାରେ 5 ଲକ୍ଷରୁ ଅଧିକ ଟାଇଟିଲ ପ୍ରଦର୍ଶନ ହେବାର ଆଶା ରହିଛି |

ଆବୁ ଧାବୀ ଠାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ଦୂତାବାସ ର ଉପମୁଖ୍ୟ ସୁଶ୍ରୀ ସ୍ମିତା ପନ୍ଥ କହିଛନ୍ତି ଯେ ଭାରତ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଉଥିବାରୁ ଏଥିରୁ ଭାରତ ଓ ଇଉଏଇ ମଧ୍ୟରେ ରଣନୀତିକ ସମ୍ପର୍କ ସୁଦୃଢ ରହିଥିବାର ପ୍ରତିଫଳିତ ହେଉଛି | ଭାରତୀୟ ଜାତୀୟ ବୁକ ଟ୍ରଷ୍ଟ, ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସହ ଲେଖକ,ପ୍ରକାଶକ, ପ୍ରକ୍ଷାତ ସାହିତ୍ୟିକ ଓ କଳାକାର ଙ୍କୁ ନେଇ ଗଠିତ 100 ଜଣଙ୍କୁ ନେଇ ଏକ ଉଚ୍ଚ ପ୍ରତିନିଧି ଦଳର ନେତୃତ୍ଵ ନେବେ | ଏହି ପୁସ୍ତକ ମେଳା ରେ ଭାରତ ର ସବୁଠୁ ବଡ  ପାଭିଲିଆନ ରହିବ ବୋଲି ସେ କହିଛନ୍ତି |ଇଂରାଜୀ ତଥା ଅନ୍ଯାନ୍ଯ ଭାଷାର ପ୍ରମୁଖ ଲେଖକ ମାନେ ଯୋଗ ଦେବା ସହ ଏହି ପାଭିଲିଆନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ, କବିତା ଆବୃତ୍ତି ଓ କାର୍ମଶାଳା ଆଦିର ଆୟୋଜନ କରାଯିବ |