ଇଉଏଇ ବିଶ୍ଵର ସର୍ବପ୍ରଥମ କୃତ୍ରିମ ଗୁଇନ୍ଦା ସମ୍ମିଳନୀ ର ଆୟୋଜକ ହେବ

ଇଉଏଇ ବିଶ୍ଵର ସର୍ବପ୍ରଥମ କୃତ୍ରିମ ଗୁଇନ୍ଦା ସମ୍ମିଳନୀ ର ଆୟୋଜନ କରିବା ଲାଗି ସମସ୍ତ ପ୍ରସ୍ତୁତି ଚଳେଇଛି |ସରକାର, ବ୍ୟବସାୟ ଓ ସମାଜ ର ଭବିଷ୍ୟତ ନେଇ ଆନ୍ତର୍ଜାତୀୟ ସ୍ତରରେ ଆଳାପ ଆଲୋଚନା କରିବା ଲକ୍ଷ୍ୟରେ ଏହି ଶିଖର ସମ୍ମିଳବନୀ ର ଆୟୋଜନ କରାଯାଉଛି | ଦୁବାଇ ବିଶ୍ଵ ବାଣିଜ୍ୟ କେନ୍ଦ୍ର ରେ ଚଳିତ ମାସ 30 ତାରିଖ ଓ ଆସନ୍ତା ମାସ 1 ତାରିଖ ମଧ୍ୟରେ   ‘ଏଆଇ ଏଭରିଥିଙ୍ଗ’, ଏଆଇଇ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି | ଦୁଇଦିନ ଧରି ହେବାକୁ ଥିବା ଏହି ଶିଖର ବୈଠକ ରେ ବିଶ୍ଵର ପ୍ରମୁଖ ନେତା ମାନେ ଯୋଗ ଦେଇ ସରକାର, ବ୍ୟବସାୟ ତଥା ସମାଜ ଉପରେ ବ୍ୟାପକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏମିରେଟ୍ସ ର ସମ୍ବାଦ ସଂସ୍ଥା କହିଛି |

ଇଉଏଇ ର କୃତ୍ରିମ ଗୁଇନ୍ଦା ସଙ୍କ୍ରାନ୍ତୀୟ ଜାତୀୟ କାର୍ଯ୍ୟକ୍ରମ, ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ,(ଆଇଟିଇଉ),ବିଶ୍ଵ ବୌଦ୍ଧିକ ସମ୍ପତ୍ତି ସଂଗଠନ ଓ ସ୍ମାର୍ଟ ଦୁବାଇ ସହ ରଣନୀତିକ ସହଭାଗିତା ରେ ଏହି ଶିଖର ବୈଠକ ର ଆୟୋଜନ କରୁଛି  | ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଜଣ ସୁନାମଧନ୍ୟ ବକ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |