ଜେଟ ଏୟାରୱେଜ ପାଇଲଟ ମାନେ ଧର୍ମଘଟ ଘୁଞ୍ଚାଇଦେଇଛନ୍ତି

ଋଣ ଗ୍ରସ୍ତ  ଜେଟ ଏୟାରୱେଜର  ପାଇଲଟ ଓ ଇଞ୍ଜିନିଅର ମାନଙ୍କ ଦ୍ଵାରା ପ୍ରସ୍ତାବିତ  ଧର୍ମଘଟକୁ ଘୁଞ୍ଚାଇଦିଆଯାଇଛି | ଏୟାରଲାଇନ କତ୍ତୃପକ୍ଷ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଆଜି ବୈଠକ ହେବାକୁ ଥିବା ଦୃଷ୍ଟିରୁ ଏହି ଧର୍ମଘଟ କୁ ଘୁଞ୍ଚାଇ ଦିଆ ଯାଇଛି | ଜେଟ ଏୟାରୱେଜର  ପାଇଲଟ ସଂଘ ନେସନାଲ ଏଭିଏଟର୍ସ ଗିଲ୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି |

ଗତ ମାସରୁ ମଞ୍ଜୁର ହୋଇଥିବା 1,500 ଟଙ୍କା ର ଋଣ ନେଇ ଉଭୟ ପକ୍ଷ ଆଲୋଚନା କରିବେ | ଏହି ରୁଣ ମଞ୍ଜୁର ହୋଇଥିଲେ ସୁଦ୍ଧା ପାଣ୍ଠି ପ୍ରଦାନ କରାଯାଇନଥିବାରୁ ଏହି ବୈଠକରେ ଏନେଇ ବ୍ୟାପକ ବିଚାର ବିମର୍ଶ କରାଯିବ |

ଗତକାଲି ଜେଟ ଏୟାରୱେଜର 1,000ରୁ ଅଧିକ  ଜଣ   ପାଇଲଟ ଓ  ଇଞ୍ଜିନିଅର ମଧ୍ୟରାତ୍ରିରୁ ଉଡାଣ ବନ୍ଦ କରିଦେବା ଲାଗି ନିଷ୍ପତ୍ତି ନେଇଥିଲେ | ବର୍ତ୍ତମାନ ଉପୁଜିଥିବା ପରିସ୍ଥିତି ନେଇ ଆଲୋଚନା କରିବା ସକାଶେ ଆଜି ମୁମ୍ବାଇ ରେ 1,1000 ରୁ ଅଧିକ ଜଣ ପାଇଲଟ ବୈଠକ କରୁଛନ୍ତି |