ପାକିସ୍ତାନ ଆଉ 100 ଜଣ ଭାରତୀୟ ମତ୍ସ୍ୟଜୀବିଙ୍କୁ କାରାମୁକ୍ତ କରିଛି

ପାକିସ୍ତାନ ସୌହାର୍ଦ୍ଧ୍ୟ ମୂଳକ ଭାବେ ଆଉ 100 ଜଣ ଭାରତୀୟ ମତ୍ସ୍ୟଜୀବିଙ୍କୁ କାରାମୁକ୍ତ କରିଛି। ଶନିବାର ଦିନ ଏହି ମତ୍ସ୍ୟଜୀବିମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ମୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ 7 ତାରିଖରେ 100 ଜଣ ମତ୍ସ୍ୟଜୀବିଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ଚାରିଟି ପର୍ଯ୍ୟାୟରେ ପାକିସ୍ତାନ ଏହାର ଜେଲରେ ଥିବା ଭାରତୀୟ ମତ୍ସ୍ୟଜୀବିମାନଙ୍କୁ ମୁକ୍ତ କରିବା ବୋଲି ପ୍ରତିଶ୍ରୁତି ଦେଇଛି। ସୂତ୍ରରେ କୁହାଯାଇଛି ଯେ ତୃତୀୟ ପର୍ଯ୍ୟାୟରେ ଏପ୍ରିଲ 22 ତାରିଖ ଦିନ ଆଉ 100 ଜଣଙ୍କୁ ମୁକ୍ତ କରିଯିବ ଏବଂ ଅବଶିଷ୍ଟ ମତ୍ସ୍ୟଜୀବିଙ୍କୁ ଏପ୍ରିଲ 29 ତାରିଖରେ ମୁକ୍ତ କରାଯିବ। ପାକିସ୍ତାନ ଜେଲରେ ଥିବା ଅଧିକାଂଶ ମତ୍ସ୍ୟଜୀବି ହେଉଛନ୍ତି ଗୁଜରାଟର ଏବଂ ସେମାନେ ବେଆଇନ ଭାବେ ପାକିସ୍ତାନ ଜଳରାଶିରେ ମାଛ ମାରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ରହୁଥିଲେ।