ଫିନଲ୍ୟାଣ୍ତରେ ସୋସିଆଲ ଡେମୋକ୍ରାଟ୍ସ ପାର୍ଟି ସାଧାରଣ ନିର୍ବାଚନରେ ବିଜୟୀ

ଫିନଲ୍ୟାଣ୍ତର ବାମପନ୍ଥି ସୋସିଆଲ ଡେମୋକ୍ରାଟ୍ସ ଗତକାଲିର ସାଧାରଣ ନିର୍ବାଚନରେ  ସଂଖ୍ୟାଗରିଷ୍ଠିତା ହାସଲ କରି

ବିଜୟୀ ହୋଇଛି। ଶତକଡା 100 ଭାଗ ବାଲାଟ ଗଣନା ଶେଷ ହୋଇସାରିଛି ଯେଉଁଥିରେ 200 ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟରେ ଆଣ୍ଟି

ରିନେଙ୍କ ନେତୃତ୍ବାଧିନ ସୋସିଆଲ ଡେମୋକ୍ରାଟ୍ସ 40ଟି ଆସନ ପାଇଥିବାବେଳେ ଫିନ୍ସ ପାର୍ଟି 39ଟି ଆସନ ପାଇଛି । ଜାତୀୟ

ମେଣ୍ଟ ପାର୍ଟି 38ଟି ଆସନ ପାଇଥିବାବେଳେ ଶାସକ ସେଣ୍ଟର ପାର୍ଟି 31ଟି ଆସନ ପାଇଛି। ବିଦାୟୀ ପ୍ରଧାନମନ୍ତ୍ରୀ ଜୁହା ସିପିଲା

କହିଛନ୍ତି ଯେ ତାଙ୍କ ପାର୍ଟି କଠୋର ଆର୍ଥିକ ନୀତି ଯୋଗୁଁ ଅଧିକ ଆସନ ହରାଇଛି। ସୋସିଆଲ ଡେମୋକ୍ରାଟ୍ସ ଗତ 16 ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ସରକାର ଗଠନ କରିବା | ତେବେ ସେ ଏହି ସମୟ  ମଧ୍ୟରେ ମେଣ୍ଟ ଦଳ ଭାବେ ସରକାରଙ୍କ ସହ କାର୍ଯ୍ୟ କରୁଥିଲା |