ଭାରତର ଅର୍ଥନୈତିକ ଅଭିବୃଦ୍ଧିର କାହାଣୀକୁ ପ୍ରଶଂସା କଲା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି

ଭାରତର ହାରାହାରି ଆର୍ଥିକ ଅଭିବୃଦ୍ଧି ଗତ ପାଞ୍ଚ ବର୍ଷରେ ଶତକଡ଼ା 7 ଭାଗକୁ ଟପି ଯାଇଛି । ଏହା ବିଶ୍ବରେ ଭାରତର ଦୃତ ଆର୍ଥିକ ଅଭିବୃଦ୍ଧିକୁ ଦର୍ଶାଉଛି।  ବିଭିନ୍ନ ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବିଶ୍ବ ପୁଞ୍ଜିନିବେଶ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ବାଧା ଏବଂ ମାନ୍ଦାବସ୍ଥା ସହିତ ବ୍ରେକଜିଟ ଉପରେ ଦେଖାଦେଇଥିବା ଅସ୍ଥିରତା ବେଳେ ଭାରତ ଏପରି ଆର୍ଥିକ ଅଭିବୃଦ୍ଧି ହାସଲ କରିଛି। ଆର୍ନର୍ତାଜୀୟ ମୁଦ୍ରା ପାଣ୍ଠି(ଆଇ.ଏମ.ଏଫ) ଏହାର ସଦ୍ୟ ରିପୋର୍ଟରେ ଭାରତର ଅଭିବୃଦ୍ଧି ହାର 2019-20ରେ ଶତକଡା 7.3 ଭାଗରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି। ଭାରତରେ ପୁଞ୍ଜନିବେଶରେ ମଧ୍ୟ ସାମାନ୍ୟ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଇଛି। ଭାରତ ବିଗତ କିଛି ବର୍ଷରେ ନେଇଥିବା କେତେକ ପ୍ରମୁଖ ପଦକ୍ଷେପ ଯୋଗୁଁ ଅଭିବୃଦ୍ଧିରେ ବୃଦ୍ଧି ଘଟିଥିବା ମୁଦ୍ରା ପାଣ୍ଠି କହିଛି।  ଏହି ଅଭିବୃଦ୍ଧି ହାସଲ ସହିତ ବାରତ ମୁଦ୍ରା ସ୍ଫିତିକୁ ନିୟନ୍ତ୍ରଣରେ ରଖିଛି ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ନିଜ ବଜେଟ ମଧ୍ୟରେ ସ୍ଥାନ ଦେଇଛି।

 ଭାରତ ଆର୍ଥିକ କ୍ଷେତ୍ରରେ ଆଣିଥିବା କେତେକ ମୁଖ୍ୟ ସଂଶୋଧନକୁ ଦେଶ ବିଦେଶର ଅର୍ଥନୀତିଜ୍ଞମାନେ ପ୍ରଶଂସା କରିଛନ୍ତି। 2017 ଜୁଲାଇ 1 ତାରିଖ ମଧ୍ୟ ରାତ୍ରି ଟାରୁ ଲାଗୁ ହୋଇଥିବା ସାମଗ୍ରୀ ଓ ସେବା କରକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏକ ସକରାତ୍ମକ ପରିବର୍ତ୍ତନ ବୋଲି ଉଲ୍ଲେଖ କରିଛି । ଜିଏସଟି କେବଳ ଗୋଟିଏ ଦେଶ ଗୋଟିଏ କର ପାଇଁ ଲାଗୁ କରାଯାଇନାହିଁ ତା ସହିତ ଏହା ବିଶ୍ବରେ ସର୍ବବୃହତ ଗଣତନ୍ତ୍ରର ସମବାୟ ସଂଘୀୟ ବ୍ୟବସ୍ଥାର ଉତ୍ତମ ଉଦାହରଣ ସୃଷ୍ଟି କରିଛି। ଏହା ସହିତ  ଆର୍ଥିକ ଦୂରାବସ୍ଥା ଏବଂ ଦେବାଳିଆ ଆଇନ ମଧ୍ୟ ଅସ୍ବଚ୍ଛ୍ବଳତାକୁ ହ୍ରାସ କରିବା ସହିତ ବ୍ୟବସାୟକୁ ବୋଝମୁକ୍ତ କରିଛି ।

ବିଭିନ୍ନ କ୍ଷେତ୍ରରେ ହୋଇଥିବା ସଂସ୍କାର ଯେପରିକି ସିଙ୍ଗଲ ୱିଣ୍ତୋ ରପ୍ତାନି ଅନୁମତି ଏବଂ ଅନୁମତି ପାଇବା ସହଜ ହେବା ମଧ୍ୟ ବାଣିଜ୍ୟିକ ବାତାବରଣକୁ ସୁଗମ କରିଛି ଯାହା ଭାରତର ଆର୍ଥିକ ଅଭିବୃଦ୍ଧିର ମଧ୍ୟ ଏକ କାରଣ ହୋଇଛି। ବିଗତ କିଛି ବର୍ଷ ମଧ୍ୟରେ  ଡିଜିଟାଲିକରଣକୁ ବ୍ୟାପକ ପ୍ରୋତ୍ସାହିତ କରାଯାଇଛି। କ୍ରୟ ଏବଂ ଦେୟ ପଇଠ କ୍ଷେତ୍ରରେ ବିଶେଷ କରି ସାମାଜିକ ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ଡିଜିଟାଲ ମାଧ୍ୟମରେ ସହାୟତା ରାଶି ସିଧାସଳଖ ପଠାଯାଉଛି। ଏହିସବୁ ପଦକ୍ଷେପକୁ ମଧ୍ୟ ମୁଦ୍ରା ପାଣ୍ଠି ପ୍ରଶଂସା କରିଛି । ବିଶ୍ବ ବ୍ୟାଙ୍କ ଏବଂ ଏସୀୟ ବିକାଶ ବ୍ୟାଙ୍କ ପରି ଅନ୍ୟ ଆର୍ଥିକ ଆନ୍ତର୍ଜାତୀୟ ସଂଗଠନ ମଧ୍ୟ ବାରତର ଅର୍ଥନୈତିକ ବିକାଶ ଏବଂ ଏହାର ଦୃଢ ମୂଳଦୁଆକୁ ପ୍ରଶଂସା କରିଛନ୍ତି।  ବିଶ୍ବବ୍ୟାଙ୍କର ବିଣିଜ୍ୟ ସୁଗମ ସୂଚିରେ ବାରତର ସ୍ଥାନ 2016ରେ ଥିବା 130ରୁ 2018ରେ 77କୁ ଉଠିଆସିଛି ଯାହାକି ଢାଞ୍ଚାଗତ ସଂସ୍କାର ଯୋଗୁଁ 53 ପଏଣ୍ଟ ଉପରକୁ ଉଠିବାରେ ସକ୍ଷମ ହୋଇଛି।

ଅଭିବୃଦ୍ଧି ପାଇଁ ଖୁସି ହେବା ସହିତ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭାରତକୁ ଯେଉଁ ସତର୍କ କରାଇଛି ସେଥିପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ନହେଲେ ଏହି ଅଭିବୃଦ୍ଧି ଲାଇନଚ୍ୟୁତ ହୋଇପାରେ। ଆନ୍ତର୍ଜାତୀୟ ଅର୍ଥ ବ୍ୟବସ୍ଥା ପାଇଁ ବିକାଶ ହାରର ପୂର୍ବାନୁମାନ ଯେଉଁଥିରେ ବଜାରର ଅଗ୍ରଗତି ସାମିଲ ଅଛି ତାହା ନିରାଶଜନକ ଜଣାପଡୁଛି ଯାହାର ପ୍ରତିକୂଳ ପ୍ରଭାବ ଭାରତର ଅର୍ଥ ବ୍ୟବସ୍ଥା ଉପରେ ପଡିପାରେ। ଏହାଛଡା ଭାରତରେ ସାମଗ୍ରୀ ଏବଂ ଅଶୌଧିତ ତୈଳ 7େତ୍ରରେ ଯେଉଁ ଉଦାରତା ଥିଲା ତାହା ଆନ୍ତର୍ଜାତୀକ କାରଣରୁ କିଛି ବର୍ଷ ମଧ୍ୟରେ କମ ହୋଇପାରେ । ଏଣୁ ବିକାଶର ଗତିକୁ ବଜାୟ ରଖିବା ପାଇଁ ମୁଦ୍ରା ପାଣ୍ଠି ଅନାଦେୟ ଋଣ ପରିମାଣ ହ୍ରାସ, ସବସିଡି ହ୍ରାସ ଏବଂ ରାଜକୋଶର ସଠିକ ସମତୁଲତା ଆଦି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଭାରତକୁ ପରାମର୍ଶ ଦେଇଛି।

ଭାରତ ଏହାର ଅଭିବୃଦ୍ଧି ହାସଲକୁ ବଜାୟ ରଖିବା ପାଇଁ ଲାଗି ପଡିଛି। ପୁଞ୍ଜି ବିନିଯୋଗକୁ ଆକୃଷ୍ଟ କରିବା ଏବଂ ରପ୍ତାନି ଭିତ୍ତିକ ଅଭିବୃଦ୍ଧି ହାସଲ ପାଇଁ ନୂଆ ନୀତି ଗ୍ରହଣ କରୁଛି। ଭାରତ ଏହାର ପ୍ରେରଣାଦାୟକ ପଦକ୍ଷେପ, ଅଭିନବତା ଏବଂ ଔଦୋଗିକତା ସହିତ ବିଶ୍ବ ଅର୍ଥନୀତିର ଏକ କର୍ଣ୍ଣଧାର ହେବା କ୍ଷେତ୍ରରେ ଏହାର ଯାତ୍ରା ଜାରି ରଖିଛି।

ମୂଳ ଲେଖା : ସତ୍ୟଜୀତ ମହାନ୍ତି

ଅନୁବାଦ : ରାମଚନ୍ଦ୍ର ନାଥ