ଭାରତୀୟ ପୁଞ୍ଜି ବଜାରରେ ଚଳିତ ମାସ ଏଯାଏଁ 11 ହଜାର 96 କୋଟି ଟଙ୍କାର ବିଦେଶୀ ପୁଞ୍ଜି   ନିବେଶ କରାଯାଇଛି

ଘରୋଇ ଓ ବାହ୍ୟ କାରଣ ମାନ ଅନୁକୂଳ ରହିବାରୁ ଭାରତୀୟ ବଜାରରେ ବିଦେଶୀ ପୁଞ୍ଜି ନିବେଶ ଅଧିକ ହୋଇଛି | ଚଳିତ ମାସ ଏଯାଏଁ 11 ହଜାର 96 କୋଟି ଟଙ୍କାର ଅର୍ଥ  ଭାରତୀୟ ପୁଞ୍ଜି ବଜାରରେ ନିବେଶ କରାଯାଇଛି | ବିଦେଶୀ ପ୍ରତିଭୂତି ନିବେଶକ(ଏଫପିଆଇ) ଗତ ଦୁଇ ମାସରେ ଭାରତୀୟ ପୁଞ୍ଜି ବଜାରରେ ଯଥେଷ୍ଟ ପରିମାଣରେ ଅର୍ଥ ନିବେଶ କରିଥିଲେ | ଫେବୃୟାରି ରେ 11 ହଜାର 142 କୋଟି ଏବଂ ମାର୍ଚ୍ଚ ମାସରେ 45 ହଜାର 981କୋଟି ଟଙ୍କା  ନିବେଶ କରାଯାଇଛି |

ବିଶେଷଜ୍ଞ ମାନଙ୍କ କହିବାନୁଯାୟୀ ଦେଶରେ ନିର୍ବାଚନ ପରେ ଏକ ସ୍ଥିର ସରକାର ଗଠନ କୁ ଦୃଷ୍ଟିରେ ରଖି ନିବେଶକ ମାନେ ଭାରତୀୟ  ପୁଞ୍ଜି ବଜାରରେ ଅଧିକ ନିବେଶ କରିଛନ୍ତି | ଏହା ଛଡା  ବିକଶିତ ରାଷ୍ଟ୍ର ଗୁଡିକର ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ନିବେଶକ ମାନେ ଭାରତୀୟ ପୁଞ୍ଜି ବଜାରରେ ଅଧିକ ଭରସା ରଖୁଛନ୍ତି |