ଭୁଟାନ ସରକାର BBINର ସଂଶୋଧନ ପାଇଁ ଏହାର ସିନେଟରେ ବିଲ ଉପସ୍ଥାପନ କରିଛି

ଭୁଟାନ ସରକାର ବାଙ୍ଗଲାଦେଶ-ଭୁଟାନ-ଭାରତ-ନେପାଳ (BBIN)ରେ ସଡ଼କ ଏବଂ ରେଳ ସଂଯୋଗ ପଦକ୍ଷେପ ପାଇଁ ଏହାର ସିନେଟରେ ଏକ ସଂଶୋଧନ ବିଲ ଉପସ୍ଥାପନ କରିଛି। ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗଙ୍କ ବାଙ୍ଗଲାଦେଶ ଗସ୍ତ କାଳରେ ବାଙ୍ଗଲାଦେଶର ବିଦେଶ ସଚିବ ସାହିଦୁଲ ହକ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ BBIN ହେଉଛି ଆଞ୍ଚଳିକ କ୍ଷେତ୍ରରେ ସଡ଼କ ଏବଂ ରେଳ ସଂଯୋଗର ଉନ୍ନତିକରଣ ପାଇଁ ଏକ ବଡ ପଦକ୍ଷେପ ଏବଂ ଭୁଟାନ ପାର୍ଲାମେଣ୍ଟ ଖୁବ ଶିଘ୍ର ଏହି ବିଲ ପାସ କରିବ ବୋଲି ସେ ଆଶାବାଦି ଅଛନ୍ତି। BBINର ଚାରିଟି ସଦସ୍ୟ ଦେଶ ମଧ୍ୟରେ 2015ରେ ମୋଟର ଯାନ ରାଜିନାମା ସ୍ବାକ୍ଷରିତ ହୋଇଥିଲା।