ମହାରାଷ୍ଟ୍ରର ଗଡଚୀରୋଲି-ଚିମୁର ନିର୍ବାଚନମଣ୍ଡଳୀ ର 4 ଟି କେନ୍ଦ୍ରରେ ପୁଣି ଥରେ ମତଦାନ ହେଉଛି

ମହାରାଷ୍ଟ୍ରର ନକ୍ସଲ ଉପଦ୍ରବ ଗଡଚୀରୋଲି-ଚିମୁର ଲୋକସଭା ନିର୍ବାଚନମଣ୍ଡଳୀ ର 4 ଟି କେନ୍ଦ୍ରରେ ପୁଣି ଥରେ ମତଦାନ ହେଉଛି | ସକାଳ 7 ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି ଓ ଏହା ଅପରାହ୍ନ 3 ଟା  ଯାଏଁ ଚାଲିବ | ବାଟାଲି, ଗାରାଡେୱାଡା, ଗାରାଡେୱାଡା (ପୁସୋସୋଟୀ) ଓ ଗାରାଡେୱାଡା (ୱାଙ୍ଗେଟୁରୀ) ରେ ପୁନଃ ମତଦାନ ହେଉଛି ବୋଲି ନିର୍ବାଚନ କମିଶନ ର ଜଣେ ଅଧିକାରୀ କହିଛନ୍ତି |

ଗଡଚୀରୋଲି-ଚିମୁର ଲୋକସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ହୋଇଥିଲା |ଏଲ ପୁଲିଙ୍ଗ ପାର୍ଟି ଫେରୁଥିବା ବେଳେ ସେହି ଦିନ ଗଡଚୀରୋଲି ରେ ନିରାପତ୍ତାବାହିନୀ ଓ ନକ୍ସଲ ମଧ୍ୟରେ ସଂଘର୍ଷ ଘଟିଥିଲା |ଭୋଟ ଗ୍ରହଣ ଦିନ ବିଭିନ୍ନ ସ୍ଥାନ ରେ ଆଇଇଡ଼ି ବିସ୍ଫୋରଣ ହୋଇଥିବାର ମଧ୍ୟ ଜଣାପଡିଛି |

ନକ୍ସଲ ମାନଙ୍କ ଆକ୍ରମଣର ବିପଦ ରହିଥିବା ଯୋଗୁଁ କେନ୍ଦ୍ର ଗୁଡିକ ରେ ପୁଲିଙ୍ଗ ପାର୍ଟି ଗୁଡିକ ପହଞ୍ଚି ପାରିନଥିବାରୁ ଏହି ଚାରୋଟି ଭୋଟ ଗ୍ରହଣ କେନ୍ଦ୍ରରେ ପୁଣି ଥରେ ଭୋଟ ଗ୍ରହଣ ଲାଗି ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ |

ଆଜିର ଭୋଟ ଗ୍ରହଣ ଲାଗି ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି |