ରାଷ୍ଟ୍ରପତି କୋବିନ୍ଦ ବିମାନ ବାହିନୀ ର  ମାର୍ଶାଲ ଅର୍ଜନ ସିଂ ଙ୍କ ଜନ୍ମ ଶତାବ୍ଦୀ ରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ରାଷ୍ଟ୍ରପତି କୋବିନ୍ଦ ଭାରତୀୟ ବିମାନ ବାହିନୀର  ମାର୍ଶାଲ ଅର୍ଜନ ସିଂଙ୍କୁ ତାଙ୍କ ଶହେ ତମ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |

ଶ୍ରୀ କୋବିନ୍ଦ ଏକ ଟୁଇଟ ବାର୍ତ୍ତା ରେ କହିଛନ୍ତି  ଯେ 1965 ର ଯୁଦ୍ଧ ନାୟକ, ସେବାନିବୃତ୍ତି ପରେ କୁଶଳ କୂଟନୈତିକ ତଥା ପଞ୍ଚ ତାରକାରେ ଅଳଙ୍କୃତ ଭାରତୀୟ ବିମାନ ବାହିନୀ ର ପ୍ରଥମ ଅଧିକାରୀ ଅର୍ଜନ ସିଂ ସର୍ବଦା ମହାନ ପ୍ରେରଣାର ସ୍ରୋତ ଭାବେ ଚିର ସ୍ମରଣୀୟ ହୋଇ ରହିବେ |

ତତ୍କାଳୀନ ରାଷ୍ଟ୍ରପତି କେଆର ନାରାୟଣନ 2002 ଜାନୁଆରୀ ରେ ଶ୍ରୀ ଅର୍ଜନ ସିଂ ଙ୍କୁ ପଞ୍ଚ- ତାରକା ରାଙ୍କ ରେ ସମ୍ମାନିତ କରିଥିଲେ |