ଲେଠପୋଡା ସନ୍ତ୍ରାସବାଦି ଆକ୍ରମଣ ମାମଲାରେ ଏନଆଇଏ ପଞ୍ଚମ ଅଭିଯୁକ୍ତକୁ ଗିରଫ କଲା

2017ରେ ଜମ୍ମୁ କଶ୍ମୀରରେ ପୁଲୱାମା ଜିଲ୍ଲାର ଲେଠପୋଡା ଗାଁରେ ସିଆରପିଏଫ ଟିମ ଉପରେ ହୋଇଥିବା ସନ୍ତ୍ରାସବାଦି ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପଞ୍ଚମ ଅଭିଯୁକ୍ତ ଇରସାଦ ଅହମ୍ମଦ ରେଶିକୁ ଗିରଫ କରିଛି। ଜୈସେ ମହମ୍ମଦ ସନ୍ତ୍ରାସବାଦି ସଂଗଠନର ତିନି ଜଣ ସନ୍ତ୍ରାସବାଦି ଏହି ଆକ୍ରମଣ କରିଥିଲେ ଯେଉଁଥିରେ 5 ଜଣ ଯବାନ ଶହିଦ ହୋଇଥିଲେ ଏବଂ ତିନି ଜଣ ସନ୍ତ୍ରାସବାଦି ମଧ୍ୟ ସଂଘର୍ଷରେ ପ୍ରାଣ ହରାଇଥିଲେ।

ଗିରଫ ହୋଇଥିବା ରେଶି ଏହି ଆକ୍ରମଣରେ ଅନ୍ୟତମ ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା ଏବଂ ସେ ସନ୍ତ୍ରାସବାଦିମାନଙ୍କୁ ଗାଡି ଏବଂ ଅନ୍ୟାନ୍ୟ ସହଯୋଗ ଯୋଗାଇଥିଲା।