ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ରର ମୁକ୍ତିଲାଭ  ଉପରେ ନିର୍ବାଚନ କମିଶନଙ୍କ ନିଷେଧାଦେଶ ବିରୁଦ୍ଧରେ ଆଗତ ଆବେଦନର ଆଜି ଶୁଣାଣୀ କରିବେ

ସୁପ୍ରିମକୋର୍ଟ, ସାଧାରଣ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ରର ମୁକ୍ତିଲାଭ  ଉପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ନିଷେଧାଦେଶକୁ ଚାଲେଞ୍ଜ କରି ଆଗତ ଆବେଦନର ଆଜି ଶୁଣାଣୀ କରିବେ | ପ୍ରଧାନ ବିଚାରପତି ରଞ୍ଜନ ଗଗୋଇଙ୍କ  ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ଚଳଚ୍ଚିତ୍ରର ନିର୍ମାତା ମାନଙ୍କ ଦ୍ଵାରା ଆଗତ ଆବେଦନର ଶୁଣାଣୀ କରିବା ଲାଗି ଶୁକ୍ରବାର ଦିନ ରାଜି ହୋଇଥିଲେ |

ନିର୍ବାଚନ କମିଶନ ବୁଧବାର ଦିନ,  ଚଳିତ ନିର୍ବାଚନ ସମୟରେ ଏହି ଚଳଚ୍ଚିତ୍ର ର ମୁକ୍ତିଲାଭ ଉପରେ ନିଷେଧାଜ୍ଞା ଜାରି କରି କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ଇଲେକଟ୍ରୋନିକ ଗଣମାଧ୍ୟମ ରେ ପ୍ରଦର୍ଶନ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି | ଏହି ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ଦିନକ  ପୂର୍ବରୁ ଏହା ଉପରେ ନିଷେଧାଦେଶ ଜାରି କରାଯାଇଥିଲା |