ପ୍ୟାରିସରେ ଥିବା 850 ବର୍ଷ ପୁରୁଣା ନୋଟ୍ରେ ଡାମେ ଚର୍ଚ୍ଚରେ ଅଗ୍ନୀକାଣ୍ତ ଘଟିଛି। ଅଗ୍ନୀକାଣ୍ତର କାରଣ ଜଣା ପଡିନଥିଲେ ମଧ୍ୟ ଚର୍ଚ୍ଚର ପୁନରୁଦ୍ଧାର ଏବଂ ମରାମତି କାମ ଯୋଗୁଁ ଏହା ଘଟିଥାଇ ପାରେ ବୋଲି ଅଗ୍ନୀଶମ ଅଧିକାରୀମାନେ ଆଶଙ୍କା କରୁଛନ୍ତି। ଅଗ୍ନୀକାଣ୍ତରେ ଚର୍ଚ୍ଚର ଛାତ ଭୁଷୁଡ଼ି ପଡ଼ିଛି। ପ୍ରତିବର୍ଷ ଏହି ଚର୍ଚ୍ଚକୁ ଲକ୍ଷ ଲକ୍ଷ ଲୋକ ପରିଦର୍ଶନ କରିବାକୁ ଆସିଥାନ୍ତି। ନୋଟ୍ରେ ଡାମେ ଚର୍ଚ୍ଚ 1200 ମସିହାରୁ ପ୍ୟାରିସର ସବୁଠୁ ଉଚ୍ଚରେ ଅବସ୍ଥିତ ଅଛି। ଏହା ପୂର୍ବରୁ ଫରାସୀ ବିପ୍ଳବ ସମୟରେ ଏହି ଚର୍ଚ୍ଚର ବ୍ୟାପକ କ୍ଷତି ହୋଇଥିଲା । ଦୁଇ ଦୁଇଟି ବିଶ୍ବ ଯୁଦ୍ଧରୁ ମଧ୍ୟ ଏହି ଚର୍ଚ୍ଚ ବର୍ତ୍ତି ଯାଇଥିଲା ।