ଆନ୍ତର୍ଜାତୀୟ ହକି ମହାସଂଘ (FIH) ପାକିସ୍ତାନ ଉପରେ ଏକ ଲକ୍ଷ 76 ହଜାର ୟୁରୋ ଜୋରିମାନା ଲାଗୁ କରିଛି | ପ୍ରୋ ଲିଗ ମ୍ୟାଚରେ ଅଂଶ ଗ୍ରହଣ କରିବାକୁ ପାକିସ୍ତାନ ଏହାର ଜାତୀୟ ଟିମକୁ ପଠାଇ ନଥିବାରୁ ଆନ୍ତର୍ଜାତୀୟ ହକି ମହାସଂଘ (FIH), ପାକିସ୍ତାନ ହକି ମହାସଂଘ (PHF) ଉପରେ ଏହି ଜୋରିମାନା ଲାଗୁ କରିଛି |
ଜୁନ 20 ତାରିଖ ସୁଦ୍ଧା ଜୋରିମାନା ପଇଠ କରିବାକୁ କୁହାଯାଇଛି ଅନ୍ୟଥା ଜୋରିମାନା ରାଶି ଦୁଇଗୁଣ ବଢାଇ ଦିଆଯିବ ବୋଲି FIH ପାକିସ୍ତାନକୁ କହିଛି |
ଅନ୍ୟପକ୍ଷରେ ପାକିସ୍ତାନ ଜୋରିମାନା ରାଶି ହ୍ରାସ କରିବାକୁ ଏବଂ ଏହାକୁ କିସ୍ତିରେ ପଇଠ କରିବାପାଇଁ ଅନୁମତି ଦେବାକୁ ଆନ୍ତର୍ଜାତୀୟ ହକି ମହାସଂଘ (FIH)କୁ ନିବେଦନ କରିଥିବା ପାକିସ୍ତାନ ହକି ମହାସଂଘ (PHF) ସେକ୍ରେଟାରୀ ଜେନେରାଲ ଶାହାବାଜ ଅହମଦ କହିଛନ୍ତି |