ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ଚାଲିଛି

ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ଚାଲିଛି | 11ଟି  ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ର 95  ଟି ନିର୍ବାଚନମଣ୍ଡଳୀରେ ଏହି ପର୍ଯ୍ୟାୟ ରେ ଭୋଟ ଗ୍ରହଣ ହେଉଛି  |

ପୂର୍ବରୁ 97ଟି ନିର୍ବାଚନ ମଣ୍ଡଳୀ ରେ ଭୋଟ ଗ୍ରହଣ ହେବାକୁ ଥିଲା କିନ୍ତୁ ଅର୍ଥ ବଳର ଅପବ୍ଯବହାର କୁ ଦୃଷ୍ଟିରେ ରଖୀ ନ୍ତାମିଲନାଡୁ ର ଭେଲୋର ଆସନ ରେ ମତଦାନ ବାତିଲ କରିଦିଆଯାଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତ୍ରିପୁରା ରେ ଭୋଟ ଗ୍ରହଣକୁ ତୃତୀୟ ପର୍ଯ୍ୟାୟ ଲାଗି ଘୁଞ୍ଚାଇ ଦିଆଯାଇଛି |

ତାମିଲନାଡୁର 38ଟି, କର୍ଣ୍ଣାଟକ ର 14ଟି, ମହାରାଷ୍ଟ୍ର ର 10ଟି, ଉତ୍ତରପ୍ରଦେଶ ର 8ଟି, ଆସାମ,ବିହାର ଓ ଓଡିଶା ର 5ଟି

ଲେଖାଏଁ ଆସନ , ଛତିଶଗଡ ଓ ପଶ୍ଚିମବଙ୍ଗ ର 3ଟି ଲେଖାଏଁ, ଜମ୍ମୁ ଓ କାଶ୍ମୀର ର 2ଟି ଲେଖାଏଁ ଏବଂ ମଣିପୁର ଓ ପୁଡ୍ଡୁଚେରି ର ଗୋଟିଏ ଲେଖାଏଁ ଆସନ ଲାଗି ଏହି ପର୍ଯ୍ୟାୟ ରେ ଭୋଟ ନିଆଯାଉଛି  |

କର୍ଣ୍ଣାଟକ ରେ 2କୋଟି 67 ଲକ୍ଷ ରୁ ଅଧିକ ମତଦାତା 241 ଜଣ ପ୍ରାର୍ଥୀ ଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି  | ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଗୁଡିକରେ ଅତିରିକ୍ତ ପୋଲିସ ବାହିନୀ ମୁତୟନ କରାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି |

ମହାରାଷ୍ଟ୍ରରେ 10ଟି ଆସନ ଲାଗି 179 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି | ସେଠାରେ ଭୋଟ ଗ୍ରହଣ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  | ଏହି ପର୍ଯ୍ୟାୟରେ ବିଜେପି ର ବର୍ତ୍ତମାନ ସାଂସଦ ପ୍ରୀତମ ମୁଣ୍ଡେ, ରାଜ୍ୟ କଂଗ୍ରେସ ସଭାପତି ଅଶୋକ ଚୌହାନ , ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଧେ ଆଦି ପ୍ରମୁଖ ନେତା ମାନଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ |

ଉତ୍ତରପ୍ରଦେଶ ରେ 65 ଲକ୍ଷ ମହିଳା ଙ୍କ ସମେତ ପ୍ରାୟ ଏକ କୋଟି 41 ଲକ୍ଷ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି | ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବାଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ଆମ ସଂବାଦଦାତା କହିଛନ୍ତି |

ଓଡିଶା ରେ 5ଟି ଲୋକସଭା ଆସନ ଓ 35 ଟି ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ ଚାଲିଛି | ଲୋକସଭା ପାଇଁ 35 ଜଣ ପ୍ରାର୍ଥୀ ଓ ବିଧାନସଭା ଆସନ ଲାଗି 244 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳୀ ଓ ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି |

ଇତିମଧ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ନିର୍ବାଚନ ପ୍ରଚାର ସରଗରମ ହୋଇପଡିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡିଶା ଓ ଛତିଶଗଡ ରେ ରାଲି ଗୁଡିକରେ ନିର୍ବାଚନୀ ଭାଷଣ ଦେଇଥିବା ବେଳେ କଂଗ୍ରେସ ସଭାପତି ରାହୁଲଗାନ୍ଧୀ କେରଳ ରେ ଦଳୀୟ ପ୍ରାର୍ଥୀ ଲାଗି ପ୍ରଚାର ଚଳେଇଥିଲେ | ଭୋଟର ମାନଙ୍କୁ ଆକ୍ରୁଷ୍ଟ କାରିବା ଲାଗି ତାରକା ପ୍ରଚାରକ ମାନେ ପ୍ରାଣପଣେ ଉଦ୍ୟମ ଚଳେଇଛନ୍ତି|