ଏପ୍ରିଲ 23 ରେ 13ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳ ର 116ଟି ନିର୍ବାଚନ ମଣ୍ଡଳୀ ରେ ହେବାକୁ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇଛି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉତ୍ତର କର୍ଣ୍ଣାଟକ ର ବାଗାଲକୋଟେ ଓ ଚିକୋଡି ରେ ସାଧାରଣ ସଭା ଗୁଡିକରେ ଯୋଗ ଦେଇ ଗତ ପାଞ୍ଚ ବର୍ଷ ମଧ୍ୟରେ ଏନଡ଼ିଏ ସରକାର କୃଷକ ମାନଙ୍କ କଲ୍ୟାଣ ପାଇଁ କାମ କରିଛନ୍ତି ଓ ପୁଣି ଥରେ କ୍ଷମତା କୁ ଆସିଲେ କୃଷକ ମାନଙ୍କ ମଙ୍ଗଳ ନିମନ୍ତେ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି |