ପାକିସ୍ତାନ ର ଅର୍ଥମନ୍ତ୍ରୀ ଅସାଦ ଉମର ଇସ୍ତଫା ଦେଇଛନ୍ତି

ଋଣଗ୍ରସ୍ତ ଦେଶ ପାଇଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି  ଦ୍ଵାରା ଏକ ବହୁ ନିୟୁତ ଡଲାର ସମ୍ବଳିତ ଅର୍ଥ ସହାୟତା ପ୍ଯାକେଜର ନିଶ୍ଚିତ ହେବା   ପୂର୍ବରୁ ଗୁରୁବାର ଦିନ ପାକିସ୍ତାନ ର ଅର୍ଥମନ୍ତ୍ରୀ ଅସାଦ ଉମର ଅଚାନକ ଭାବେ ନିଜ ପଦବୀ ରୁ ଇସ୍ତଫା ଦେଇଛନ୍ତି |

ପାକିସ୍ତାନ ର ପରବର୍ତ୍ତୀ ଆଇଏମଏଫ ପ୍ଯାକେଜ ନେଇ ଆମେରିକାରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଉମର ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ |

ସେ କହିଛନ୍ତି ଯେ ମନ୍ତ୍ରୀମଣ୍ଡଳ ରେ ଅଦଳ ବଦଳ କରିବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କୁ ଅର୍ଥ ବିଭାଗ ପରିବର୍ତ୍ତେ ଶକ୍ତି ମନ୍ତ୍ରୀ ଭାବେ ଦାୟିତ୍ଵ ଦେବାକୁ ଚାହୁଁ ଥିବା ବେଳେ ସେ  ମନ୍ତ୍ରୀମଣ୍ଡଳ ର କୌଣସି ଦାୟିତ୍ଵରେ ରହିବେ ନହିଁ ବୋଲି କହିଥିଲେ |

ଦେଶର ଅର୍ଥନୈତିକ ସଙ୍କଟ ନେଇ ଇମ୍ରାନ ଖାଁ ନେତୃତ୍ଵାଧୀନ ସରକାର ଓ ବିଶେଷକରି  ଉମର ବିରୋଧୀ ପାର୍ଟି,ଦେଶର ର ନାଗରିକ ଓ ବ୍ୟବସାୟ ସମୁଦାୟ ଦ୍ଵାରା ସମାଲୋଚନାର ଶିକାର ହେଉଥିଲେ |