ରାଜନୈତିକ ପ୍ରଚାର ପାଇଁ ପ୍ରତିରକ୍ଷା ବାହିନୀ ବିଷୟରେ ଉଲ୍ଲେଖ କରିବାରୁ ନିବୃତ୍ତ ରହିବାକୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବବାସ ନକବି ଙ୍କୁ ନିର୍ବାଚନ କମିଶନ ଚେତାବନୀ ଦେଇଛନ୍ତି |ଉତ୍ତରପ୍ରଦେଶ ର ରାମପୁର ଠାରେ ଗତ 3 ତାରିଖରେ ଏକ ଜନସଭା ରେ ସେ ଦେଇଥିବା ଭାଷଣ ପାଇଁ ତାଙ୍କୁ ଏହି ଚେତାବନୀ ଦିଆଯାଇଛି |
କମିଶନ ଏହାର ନିର୍ଦ୍ଦେଶରେ କହିଛନ୍ତି ଯେ ରାଜନୈତିକ ଦଳ, ପ୍ରାର୍ଥୀ ଓ ନିର୍ବାଚନ ପ୍ରଚାରକ ମାନଙ୍କୁ ପ୍ରଚାର ସମୟରେ ପ୍ରତିରକ୍ଷା ବାହିନୀ ବିଷୟରେ ଉଲ୍ଲେଖ ନକରିବା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା ଶ୍ରୀ ନକବି ତାହାକୁ ଉଲ୍ଲଙ୍ଘନ କରିଛନ୍ତି |
ଭବିଷ୍ୟତରେ ସାବଧାନ ର ସହ ନିର୍ବାଚନ ପ୍ରଚାର କରିବା ଲାଗି ନିର୍ବାଚନ କମିଶନ ଶ୍ରୀ ନକବି ଙ୍କୁ ପରାମର୍ଶ ଦେଇଛନ୍ତି |