ନିର୍ବାଚନ କମିଶନ ହିମାଚଳ ବିଜେପି ମୁଖ୍ୟ ସତପାଲ ସାତିଙ୍କୁ 48 ଘଣ୍ଟା ପାଇଁ ନିର୍ବାଚନ ପ୍ରଚାରରୁ ବାରଣ ରଖିଛନ୍ତି

ନିର୍ବାଚନ କମିଶନ ହିମାଚଳ ବିଜେପି ରାଜ୍ୟ ମୁଖ୍ୟ ସତପାଲ ସାତିଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିଷୟରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ 48 ଘଣ୍ଟା ପାଇଁ ନିର୍ବାଚନ ପ୍ରଚାରରୁ ବାରଣ ରଖିଛନ୍ତି | ଏହି ଆଦେଶ ଆଜି ସକାଳ 10 ଟାରୁ ଲାଗୁ ହୋଇଛି  | ସତପାଲ ସୋଲାନ ଜିଲ୍ଲାର ରାମଶେହର ଠାରେ ଏକ ନିର୍ବାଚନ ପ୍ରଚାରରେ ରାହୁଲଙ୍କ ଉପରେ ଏପରି ମନ୍ତବ୍ୟ ଦେଇଥିଲେ |