ବ୍ୟବସାୟିକ ବ୍ୟାଙ୍କ ଗୁଡିକରେ ସପ୍ତାହକୁ ପାଞ୍ଚ ଦିନିଆ କାର୍ଯ୍ୟଦିବସ ହେବ ନାହିଁ କହିଲେ  ଆରବିଆଇ

ବ୍ୟବସାୟିକ ବ୍ୟାଙ୍କ ଗୁଡିକରେ ସପ୍ତାହକୁ ପାଞ୍ଚ ଦିନିଆ କାର୍ଯ୍ୟଦିବସ  କରିବା ଲାଗି କୌଣସି ନିର୍ଦ୍ଦେଶାବଳି ଜାରି କରିନାହିଁ ବୋଲି ଭାରତୀୟ ରିଜର୍ବ ବ୍ୟାଙ୍କ କହିଛି |

ଏକ ବିବୃତ୍ତିରେ  ଆରବିଆଇ କହିଛି ଯେ  ସପ୍ତାହକୁ ପାଞ୍ଚ ଦିନିଆ କାର୍ଯ୍ୟଦିବସ  କରିବା ଲାଗି ଆରବିଆଇ ନିର୍ଦ୍ଦେଶାବଳି ଜାରି କରିଛି ବୋଲି ଗଣମାଧ୍ୟମ ରେ ଯେଉଁ   ଖବର ପ୍ରକାଶିତ ହେଉଛି ତାହା କୌଣସି ସଠିକ ତଥ୍ୟ ଉପରେ ଆଧାରିତ ନୁହେଁ | ଆରବିଆଇ ପକ୍ଷରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ ବୋଲି କୁହାଯାଇଛି |

ବର୍ତ୍ତମାନ ବ୍ୟବସାୟିକ ବ୍ଯାଙ୍କ ଗୁଡିକ ରବିବାର ସହ କେବଳ ଦ୍ଵିତୀୟ ଓ ଚତୁର୍ଥ ଶନିବାର ଦିନହିଁ  ବନ୍ଦ ରହେ ଏବଂ ବାକି ଶନିବାର ଦିନ ଗୁଡିକ କାର୍ଯ୍ୟ ଦିବସ ଭାବେ ବ୍ୟାଙ୍କ ଖୋଲା ରହେ |