ଭାରତ-ଆମେରିକା ସମ୍ପର୍କର ସକାରାତ୍ମକ ଉନ୍ନତି

ଭାରତରେ ଅବସ୍ଥାପିତ ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରଦୂତ ରବର୍ଟ ବ୍ଲାକୱିଲ ତାଙ୍କର ଆକଳନରେ ଭାରତ ପ୍ରତି ଆମେରିକୀୟ ରାଷ୍ଟ୍ରପତିଙ୍କ  ନୀତି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁବି ପ୍ଲସମାନ (ଗ୍ରେଡ) ପ୍ରଦାନ କରିଛନ୍ତି | ସେହି ଆକଳନର ସମୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ | ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ପ୍ରଚାର ଚଲାଇଥିବା ବେଳେ ବର୍ତ୍ତମାନର ଭାରତ ସରକାର ମଧ୍ୟ ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଉଦ୍ୟମ ଜାରି ରଖିଛନ୍ତି | ରବର୍ଟ ବ୍ଲାକୱିଲଙ୍କ ଅଧ୍ୟକ୍ଷତାରେ ବିଦେଶ ସମ୍ପର୍କ ପରିଷଦ (CFR) ଏହାର ସ୍ୱତନ୍ତ୍ର ରିପୋର୍ଟରେ ଉଲ୍ଲେଖ କରିଛି, ଟ୍ରମ୍ପଙ୍କ ବୈଦେଶିକ ନୀତି ପ୍ରତୀୟମାନ ହେବାଠାରୁ ଅଧିକ ଉନ୍ନତ ମାନର | ଭାରତ ସହ ସାମରିକ ନୀତିଗତ ସମ୍ପର୍କକୁ ନିରନ୍ତର ଭାବେ ପ୍ରୋତ୍ସାହନ ଦେଉଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ପ୍ରସଂଶାର ପାତ୍ର ଥିବା ସେ କହିଛନ୍ତି |

ତେବେ ଆମେରିକାର ଆକଳନ ଠାରୁ ଭିନ୍ନ ଭାରତୀୟ ଶିକ୍ଷାବିତ ମାନେ ଆମେରିକା ସହ ସାମରିକ ଭାଗିଦାରୀକୁ ଆହୁରି ସୁଦୃଢ କରିବାରେ ଉଲ୍ଲେଖନୀୟ ସଫଳତା ପାଇଁ ଭାରତର ବୈଦେଶିକ ନୀତି ଉପରେ ଗ୍ରେଡ ଆକଳନ କରିଛନ୍ତି |

ରାଷ୍ଟ୍ରଦୂତ ରବର୍ଟ ବ୍ଲାକୱିଲଙ୍କ ମତରେ, ଏକବିଂଶ ଶତାଦ୍ଦୀର ପ୍ରାରମ୍ଭରୁ ଭାରତ ସହ ସାମରିକ ସମ୍ପର୍କରେ ଆହୁରି ଦୃଢ଼ତା ଆଣିବାରେ ୱାଶିଂଙ୍ଗଟନର ପଦକ୍ଷେପ ସକାଶେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶ୍ରେୟ ଯିବା ଉଚିତ | ଭାରତକୁ ଅତ୍ୟାଧୁନିକ ସାମରିକ ସରଞ୍ଜାମ ବୈଷୟିକଜ୍ଞାନ ପ୍ରସ୍ତାବ ସହ ଭାରତକୁ ଆମେରିକାର ନୂତନ ଭାରତପ୍ରଶାନ୍ତମହାସାଗରୀୟ ଅଞ୍ଚଳର ଏକ ପ୍ରମୁଖ ସହଭାଗୀ କରିଛି | ଆମେରିକାର ରଣକୌଶଳ ନୀତିରେ ଦକ୍ଷିଣ ଏସିଆରେ ଭାରତକୁ ପ୍ରମୁଖ ମାନ୍ୟତା ପ୍ରଦାନ, NATO ସଦସ୍ୟ ରାଷ୍ଟ୍ରଙ୍କ ସଦୃଶ ଭାରତକୁ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଗଣନା ଆଦି ଅତ୍ୟନ୍ତ ସକାରାତ୍ମକ ପ୍ରଗତି ହୋଇଥିବା ବିବେଚନା କରାଯାଉଛି |   

ତେବେ ବ୍ଲାକୱିଲ, ଟ୍ରମ୍ପ ପ୍ରଶାସନଙ୍କର ଜଳବାୟୁ ପରିବର୍ତ୍ତନ, ଶୁଳ୍କ ନୀତି, H1B ଭିସା ପ୍ରସଙ୍ଗ, ଦ୍ବିପକ୍ଷୀୟ ବାଣିଜ୍ୟରେ GSP ବ୍ୟବସ୍ଥା ଇତ୍ୟାଦି କ୍ଷେତ୍ରରେ ଭାରତ ପ୍ରତି ଅସହଯୋଗ ମନୋଭାବ ସତ୍ତ୍ୱେ ଆମେରିକା ସହ ସାମରିକ ଭାଗିଦାରୀ ଅଗ୍ରସର କରାଇବାରେ ଭାରତକୁ ସ୍ବଳ୍ପ ଶ୍ରେୟ ଦେଇଛନ୍ତି |

ଉତ୍ତରାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆମେରିକାର ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀ ମାନେ ବିଶ୍ବ ସ୍ତରରେ ଶାନ୍ତି, ପ୍ରଗତି ସ୍ଥିରତା ବଜାୟ ରଖିବା ଉଦ୍ଦେଶ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ବିଭିନ୍ନ ସହଭାଗୀତା ସମ୍ପର୍କକୁ ଆହୁରି ସୁଦୃଢ କରାଇବାରେ ଅନେକ ଉତଥାନ ପତନର ପଥ ଦେଇ ଅଗ୍ରସର ହୋଇପାରିଛନ୍ତି |

ଟ୍ରମ୍ପ ପ୍ରଶାସନଙ୍କର ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ନୀତି ଭାରତକୁ ନକାରାତ୍ମକ ପ୍ରଭାବ ପକାଇଛି | ଏହା ସତ୍ତ୍ୱେ, ଉଭୟ ଦେଶ ମଧ୍ୟରେ  ସମ୍ପର୍କର ମହତ୍ତ୍ୱ ଏହାର ଉଲ୍ଳେଖନୀୟତାକୁ ଦୃଷ୍ଟିରେ ରଖି ଭାରତ ଏହାର ବିଚକ୍ଷଣ ନମନୀୟତା ପ୍ରଦର୍ଶନ କରିଛି |

ଭାରତ, ଆମେରିକା ସହ ଦ୍ବିପକ୍ଷୀୟ ନୀତିଗତ ଭାଗିଦାରୀରେ ଯେଭଳି କୌଣସି ଆଞ୍ଚ ନଆସେ ତାକୁ ପ୍ରାଧାନ୍ୟ ଦେଇ ଅର୍ଥନୈତିକ ମତଭେଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡିକ ଉପରେ ଉଲ୍ଲେଖନୀୟ ଭାରସାମ୍ୟ ନମନୀୟତା ପ୍ରଦର୍ଶନ କରିଛି | ଏହାକୁ ବିବେଚନା କରି ଆମେରିକୀୟ ମଧ୍ୟସ୍ଥି ମାନେ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ଅର୍ଥନୈତିକ ସହଯୋଗକୁ ଉନ୍ନତ କରି ସାମରିକ ସହଯୋଗକୁ ଆହୁରି ସୁଦୃଢ କରାଇବାରେ ଟ୍ରମ୍ପ ପ୍ରଶାସନଙ୍କୁ ପ୍ରଭାବିତ କରାଇବାର ଆବଶ୍ୟକତା ରହିଛି |ରାଷ୍ଟ୍ରପତି ଟ୍ରମ୍ପ ଘରୋଇ ବ୍ୟାପାର  ଉପରେ ଅଧିକ  ଆଗ୍ରହ ପ୍ରକାଶ କରିବା ସହ ଏହାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି | ସାମରିକ ସହଯୋଗକୁ ଆହୁରି ସୁଦୃଢ କରିବା ଅପେକ୍ଷା ସେ ଘରୋଇ ବ୍ୟାପାରକୁ ପ୍ରାଧାନ୍ୟ ଦେଉଛନ୍ତି | ଏହା ଉପରେ ଆମେରିକାରେ ସାମରିକ ନିରାପତ୍ତା ସମୁଦାୟ ଅବଗତ ଅଛନ୍ତି ଏବଂ ଟ୍ରମ୍ପଙ୍କ ଶାସନ କାଳରେ ଦୁଇଜଣ ଜାତୀୟ ନିରାପତ୍ତା ଉପଦେଷ୍ଟାଙ୍କ ଇସ୍ତଫା ପ୍ରଦାନ ଏହାର ଜ୍ୱଳନ୍ତ ଉଦାହରଣ |

ସମଗ୍ର ବିଶ୍ବରେ ଥିବା ଆମେରିକାର ଅନେକ ସହଯୋଗୀ ରାଷ୍ଟ୍ର ଏବଂ ସାମରିକ ସହଭାଗୀ ରାଷ୍ଟ୍ର ଭାରତ ମଧ୍ୟ ଟ୍ରମ୍ପଙ୍କ ଶାସନ ସହ ତାଳଦେଇ ଚାଲିବା ଅତ୍ୟନ୍ତ କଷ୍ଟକର ଅନୁଭବ କରୁଛନ୍ତି | ହ୍ୱାଇଟ ହାଉସର ପ୍ୟାରିସ ଜଳବାୟୁ ରାଜିନାମାରୁ ପ୍ରତ୍ୟାହାର, ଇରାନ ପରମାଣୁ ଚୁକ୍ତି ଏବଂ ରୁଷ ଇରାନ ଉପରେ ବାସନ୍ଦ ବ୍ୟବସ୍ଥା ନୀତି ଇତ୍ୟାଦି ପଦକ୍ଷେପ ସତ୍ତ୍ୱେ କୂଟନୈତିକ ସ୍ତରରେ ସଫଳତା ସକାଶେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଯାଉଛି |

ଦୀର୍ଘ ସମୟର ବନ୍ଧୁ ସହଯୋଗୀ ରାଷ୍ଟ୍ର ମାନଙ୍କ ସହ ୱାଶିଙ୍ଗଟନର ସମ୍ପର୍କ ଉପରେ ପ୍ରତିକୂଳ ପ୍ରଭାବ ନପକାଇବା ସକାଶେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କେତେକ ନିର୍ଦ୍ଦିଷ୍ଟ ନୀତି ଗ୍ରହଣ କରିବା ପଦକ୍ଷେପରୁ ନିବୃତ ରହିବା ଉଚିତ, ଯଦ୍ଦ୍ଵାରା ସେ ତାଙ୍କର ବୈଦେଶିକ ନୀତିରେ ଅଧିକ ଗ୍ରେଡ ନିଃସନ୍ଦେହ ପାଇପାରିବେ |

ଅନ୍ୟପକ୍ଷରେ ଭାରତରେ ନିରପେକ୍ଷ ବିଚାରଧାରା, ଜାତୀୟ ନିରାପତ୍ତା ନୀତି ପ୍ରଣୟନରେ ଏବଂ ଅବଶିଷ୍ଟ ବିଶ୍ବ ସହ ସମ୍ପର୍କ ସ୍ଥାପନରେ ଭାରତକୁ ପ୍ରାୟ ସମ୍ପୂର୍ଣ୍ଣ ନମ୍ବର କିମ୍ବା ଶ୍ରେୟ ଦେଇପାରିବ |

 

ମୂଳ ଲେଖା    : ପ୍ରଫେସର ଚିନ୍ତାମଣି ମହାପାତ୍ର, JNU

ଅନୁବାଦ        : ଅନୀଲ କୁମାର ପଟ୍ଟନାୟକ